ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣାର ୨୬ଦିନ ପରେ ପୋଲିସ ହାତଖାଲି, ଅଭିଯୁକ୍ତ ଗିରଫ ଦାବୀରେ ଆନ୍ଦୋଳନ ନିଷ୍ପତି


 

ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ଗ୍ରାମର ଜନୈକା ୮୦ବର୍ଷ ବୟସ୍କା ବୃଦ୍ଧା ପ୍ରଥମ ରଜ ଦିନ ନିଜ ଝିଅ ଘର ରାଜନଗର ଯିବା ପାଇଁ କହୁଣୀଆ ଛକରେ ଅପେକ୍ଷା କରିଥିବା ବେଳେ ଜନୈକ ଅସାମାଜିକ ଯୁବକ ବାଇକରେ ଲିଫ୍ଟ ଦେବାକୁ କହି ନିକଟସ୍ଥ ନିଛାଟିଆ ଜାଗାରେ ବୃଦ୍ଧାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ଛାଡି ଯାଇଥିଲେ । ପରେ ଗାଁ ଲୋକମାନେ ଖବର ପାଇଁ ତାଙ୍କୁ ମେଡିକାଲ ନେଇ ଚିକିତ୍ସା କରିଥିଲେ । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ କରାଯାଇଥିଲା । ଘଟଣା ଘଟିବାର ୨୬ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଓ ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀରେ ସ୍ଥାନୀୟ ଶକ୍ତିସ୍ୱରୂପା ମହିଳା ମହାସଂଘ ସଦସ୍ୟାମାନେ ସୋମବାର ଗ୍ରାମାଂଚଳ ଥାନାକୁ ଯାଇ ଦାବୀପତ୍ର ପ୍ରଦାନ କରିବା ସହିତ ଆସନ୍ତା ୭ଦିନ ମଧ୍ୟରେ ଅଭିଯୁକ୍ତ ଆସାମୀଙ୍କୁ ଗିରଫ କରାନଗଲେ ମହିଳା ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଭାନେତ୍ରୀ ପାର୍ବତୀ ଓଝା ଓ ସମ୍ପାଦିକା ରୋଜାଲିନ ରାଉଳ ପ୍ରମୁଖ ଚେତାବନୀ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading