ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ୱାଗତ


କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡା ସିନିଅର ସିଟିଜେନ ଫୋରମ ପକ୍ଷରୁ ନୂତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଆରକ୍ଷୀ ଅଧିକ୍ଷକ ବିନୋଥ ଯୁଗଳ କିଶୋର କୁମାରଙ୍କୁ ଭେଟି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଫୋରମ ପକ୍ଷରୁ ଡା. ବିଶ୍ୱପ୍ରକାଶ କାନୁନଗୋ, ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, କୈଳାସ ଚନ୍ଦ୍ର ସ୍ୱାଇଁ, ପ୍ରହଲ୍ଲାଦ ମଲ୍ଲ, ଅକ୍ଷୟ କୁମାର ନାୟକ, ବୈଷ୍ଣବ ପ୍ରଧାନ, ଫକିର ଚରଣ ଖଟୁଆ ପ୍ରମୁଖ ଜିଲ୍ଲାପାଳ ଶ୍ରୀ ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ କୁମାରଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।


Next Post

ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ

Thu Feb 1 , 2024
କେନ୍ଦ୍ରାପଡ଼ା,୧ା୨ : ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତିର […]

KANIKA