ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ଉଚ୍ଚବିଦ୍ୟାଳୟରେ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ କବି ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପରିବେଶବିତ ବିଜୟ କବି ଉଦଘାଟନ କରିଥିଲେ । ଭାରତୀୟ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ବୈଜ୍ଞାନିକ ଡ଼ କୌଶିକ ଦେଉତା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଦ୍ରଭୂମିର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । ଗବେଷକ ଗିରିଜା ଶଙ୍କର ସେଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆଦ୍ର ଭୂମି ଜୈବ ବିବିଧତା ଉପରେ ଗୁରୁତ୍ୱଆରୋପ କରିଥିଲେ । ସରପଂଚ ନରେଶ ମଲିକ, ସ୍କୁଲ ପରିଚାଳନା କମିଟି ସଭାପତି ନିର୍ମଳେନ୍ଦୁ ମହାପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ସାହୁ ସ୍ୱାଗତଭାଷଣ ଓ ଇକୋ କ୍ଳବ ଶିକ୍ଷକ ବିନୋଦ ଦାସ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଅତିଥିମାନେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ସତ୍ୟବ୍ରତ ପଣ୍ଡା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶଙ୍କର ଦାସ, ସ୍ୱପ୍ନେଶ୍ୱର ଆଚାର୍ଯ୍ୟ,ଜୟନ୍ତୀ ପାଣି, ଶୁଭଶ୍ରୀ ପରିଡା, ପୁଷ୍ପଲତା ପ୍ରଧାନ, ଚନ୍ଦ୍ରଭାନୁ ସାହୁ ପରିଚାଳନା କରିଥିଲେ ।