କେନ୍ଦ୍ରାପଡା ସହରରେ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣ କରାଯାଉଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି । ସାଧାରଣ ଜନତାଙ୍କ ପାଇଁ ଜଳ ନିଷ୍କାସନ ଓ ରାସ୍ତା ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଜଳସେଚନ ବିଭାଗ ଜମିକୁ ଜୋର ଦବରଦସ୍ତ ଅବରୋଧ କରାଯାଇ ସେହି ଜମି ଉପରେ କୋଠା ନିର୍ମାଣ କରାଯାଉଥିବା ସହରର ୧୮ନଂ ୱାର୍ଡର ବାସିନ୍ଦା ମୁକୁନ୍ଦ ଦେବ ସାହୁ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ କାକଟ ମୌଜା ଗଣାମାହାଲ ଗ୍ରାମର ହେମନ୍ତ କୁମାର ସାହୁଙ୍କ ନାମରେ ଥିବା କାକଟ ମୈାଜାର ଖାତା ନମ୍ବର-୧୫୨/୪୯, ପ୍ଲଟ ନମ୍ବର -୨୪/୬୦୨ ଓ ଏରିଆ ଏ୦.୦୭ଡେସିମିଲ ଜମି ଉପରେ ଶ୍ରୀ ସାହୁ ଏକ ବିଶାଳକାୟ କୋଠାଘର ନିର୍ମାଣ କରଛନ୍ତି । ସେହି କୋଠାଘରଟି ସରକାରୀ ଖାତା ନମ୍ବର- ୩୦୧, ପ୍ଲଟ ନମ୍ବର- ୩୩, କିଷମ ଗୋବରୀ ନଦୀ(ପତିତ) ଉପରକୁ ମାଡି ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି । ମୁକୁନ୍ଦ ସାହୁଙ୍କ ଅଭିଯୋଗ ହେଉଛି ହେମନ୍ତ ସାହୁ ତାଙ୍କ କୋଠାଟି ସରକାରୀ ଜମି ଓ ରାସ୍ତାକୁ ଅବରୋଧ କରି ନିର୍ମାଣ କରୁଥିବାରୁ ସେହି ରାସ୍ତା କଡରେ ଥିବା ଶିବ ମନ୍ଦିର ଓ ବିମ୍ବଳାଇ ମନ୍ଦିରକୁ ଲୋକମାନେ ଯିବା ଆସିବା କରିବାରେ ଗୁରୁତ୍ତର ବାଧା ଉପୁଜିଛି । ଏସମ୍ପର୍କରେ ଗତ ଜାନୁଆରୀ ୧୯ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯିବା ସହ ତାହାର ନକଲ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ପୈାରନିର୍ବାହୀ ଅଧିକାରୀ ଓ କେନ୍ଦ୍ରାପଡା ତସସିଲଦାର ପ୍ରଭୃତିଙ୍କୁ ପ୍ରଦାନ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏତଦବ୍ୟତିତ ଅଭିଯୋଗକାରୀ ମୁକୁନ୍ଦଦେବ ସାହୁଙ୍କର ସେଠାରେ ଥିବା ଖାତା ନମ୍ବର-୨୭୬/୩୩ ଓ ପ୍ଲଟ ନମ୍ବର-୨୪/୬୦୩ର ପଶ୍ଚିମ ତରଫ ଜମି ଉପରକୁ ମଡାଇ ହେମନ୍ତ ସାହୁ ତାଙ୍କ କୋଠା ନିର୍ମାଣ କରୁଥିବାରୁ ମୁକୁନ୍ଦ କେନ୍ଦ୍ରାପଡା ସିଭିଲ ଜଜ୍ଙ୍କ ଅଦାଲତରେ ଆଇଏ ନଂ- ୧୩୭/୨୦୨୩ରେ ଏକ ମାମଲା ରୁଜୁ କରିଥିଲେ । କେନ୍ଦ୍ରାପଡା ସିଭିଲ ଜଜ୍ ସେହି ମାମଲାର ବିଚାର କରି କାକଟ ମୈାଜାର ଖାତା ନମ୍ବର-୨୭୬/୩୩ ଓ ପ୍ଲଟ ନମ୍ବର-୨୪/୬୦୩ର ପଶ୍ଚିମ ତରଫ ଜମି ଉପରେ କୈାଣସି କୋଠାବାଡି ନିର୍ମାଣ କରାଯାଇପାରିବ ନାହିଁ ବୋଲି ଗତ ତା ୨.୦୮.୨୦୨୩ରିଖରେ ନିର୍ଦେଶ ଦେଇଥିଲେ । ଏସମ୍ପର୍କରେ ମୁକୁନ୍ଦଦେବ ସାହୁ ଉପଜିଲ୍ଲାପାଳଙ୍କ କୋର୍ଟରେ କେନ୍ଦ୍ରାପଡା ସିଭିଲ ଜଜ୍ଙ୍କ ଆଦେଶର ନକଲ ଦାଖଲ କରି ଜଣାଇବା ପରେ ସବଡିଭିଜନାଲ ମ୍ୟାଜିଷ୍ଟେଟ୍ ତଥା କେନ୍ଦ୍ରାପଡା ଉପଜିଲ୍ଲାପାଳ ପତ୍ର ସଂଖ୍ୟା- ୧୪୫୧୭ ତା ୨୬.୧୨.୨୦୨୩ରିଖରେ ଟାଉନଥାନା ଅଧିକାରୀଙ୍କୁ କୋର୍ଟଙ୍କ ଆଦେଶ ପାଳନ କରିବାକୁ ନିର୍ଦେଶ ଦେଇଥିଲେବି ଅଦ୍ୟାବଧି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏପରିକି କୋର୍ଟଙ୍କ ନିର୍ଦେଶକୁ ଅବମାନନା କରାଯାଇ ରାତିଦିନ ସଂପୃକ୍ତ ବିବାଦୀୟ ପ୍ଲଟ ଉପରେ ନିର୍ମାଣ କରାଯାଉଥିବା ମୁକୁନ୍ଦ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମୁକୁନ୍ଦଙ୍କ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।