କେନ୍ଦ୍ରାପଡା, ୬ା୨ – କେନ୍ଦ୍ରାପଡା କରିଲୋପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଅଧ୍ୟକ୍ଷ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଡଃ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ନିରୋଦ କୁମାର ଦାସ ମୁଖ୍ୟବକ୍ତା, ପ୍ରଫୁଲ୍ଲ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ଉପରେ ଆଲୋଚନା କରିଥିଲେ । ଅତିଥିମାନେ ଓଡିଆ ଜାତିର ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଲୋଚନା କରି ଓଡିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତି ବୋଲି ଅଭିବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଡ. ମୋନାଲିସା ନାୟକ ସଂଯୋଜନା କରିଥିବାବେଳେ ହୃଷିକେଶ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଡଃ ସରୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବିତା ଲିଖନ, କବିତା ପଠନ, ପ୍ରବନ୍ଧ, ବ୍ୟାକରଣ, ହସ୍ତାକ୍ଷର, କୁଇଜ୍ ଓ ଭଜନ ଗାନ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୭୧ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
kanikanews.in
Next Post
ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ
Tue Feb 6 , 2024
କେନ୍ଦ୍ରାପଡ଼ା, ୬ା୨: “ମା’ ଶାରଳା ଏଜୁକେସ୍ନାଲ ଟ୍ରଷ୍ଟ” ଆନୁକୂଲ୍ୟରେ ଲକ୍ଷ୍ୟ ବିଜ୍ଞାନ ଆବାସିକ ଶିକ୍ଷାନୁଷ୍ଠାନ ପରିସରରେ ବାର୍ଷିକ ଉତ୍ସବ ପାଳନ କରାଯିବା ସହିତ ମା’ ଶାରଳାଙ୍କ ବାର୍ଷିକ ପୂଜା ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଏସ୍ଡିପିଓ ଦେବେନ୍ଦ୍ର ମଲ୍ଲିକ, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ରାଜେଶ ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଆଶ୍ରୀବଚନ ପ୍ରଦାନ […]

KANIKA
- 12 months ago
ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପ୍ରଥମ ଶ୍ରାଦ୍ଧ ଉତ୍ସବ
- 8 months ago
ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ରାଜ୍ୟ ଆଲୋଚନାଚକ୍ର
- 1 year ago
ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ସାହୁଙ୍କ ଦେହାନ୍ତ
- 2 years ago
ବୃକ୍ଷରୋପଣ କାର୍ଯ୍ୟକ୍ରମ
- 2 years ago
ତୁଳସୀ ମହୋତ୍ସବ ଉଦ୍ଯାପିତ
- 2 years ago
ପତିତପାବନଜୀଉଙ୍କ ସୁନାବଶେ ଦେଖିବାକୁ ଭକ୍ତଙ୍କ ସମାବେଶ