କେନ୍ଦ୍ରାପଡା ଜିଲ୍ଲାକୁ ସହରାଞ୍ଚଳ ପରିବହନ ମାନ୍ୟତା ଦାବି


କେନ୍ଦ୍ରାପଡା ଜିଲ୍ଲାକୁ ସହରାଞ୍ଚଳ ପରିବହନ(ଅର୍ବାନ ଟ୍ରାନ୍ସପୋର୍ଟ) ମାନ୍ୟତା ଦିଆଯିବାକୁ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ଏହା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ମୋବସ୍‌ର ସୁବିଧା ସୁଯୋଗ ପାଇପାରିବ । କେନ୍ଦ୍ରାପଡା ରାଜ୍ୟ ସଦର ମହକୁମା ଭୂବନେଶ୍ୱର ମଧ୍ୟରେ ୭୦କିଲୋମିଟର ଦୂରରେ ଅବସ୍ଥିତ । ଜିଲ୍ଲାରୁ କେବଳ ବେସରକାରୀ ବସ୍ ଯାତାୟତ କରିଥାଏ । ଏହି ଦୂରତାକୁ ୩ରୁ ୪ଘଣ୍ଟା ସମୟ ବସରେ ଲାଗିଥାଏ । ବେସରକାରୀ ବସ୍ ମାଲିକମାନେ ମନଇଚ୍ଛା ଭଡା ଆଦାୟ କରିଥାନ୍ତି । ରାଜ୍ୟ ସରକାରଙ୍କ ମୋବସ ସାଲେପୁର ପର୍ଯ୍ୟନ୍ତ ଯାତାୟତ କରୁଅଛି । କେନ୍ଦ୍ରାପଡା ଜିଲ୍ଲାକୁ ଅର୍ବାନ ଟ୍ରାନ୍ସପୋର୍ଟ ଜିଲ୍ଲା ଭାବେ ନୋଟିଫାଏ କରାଯାଇ ନଥିବାରୁ ଜିଲ୍ଲାବାସୀ ମୋ ବସ୍ ସେବାରୁ ବଞ୍ôଚତ ହୋଇଛନ୍ତି । କେନ୍ଦ୍ରାପଡା ଏକ ଦରିଦ୍ର ଜିଲ୍ଲାଭାବେ ପରିଗଣିତ ହେଉଥିବାରୁ ଜିଲ୍ଲାବାସୀଙ୍କୁ ସରକାର ମୋବସ ସେବା ଯୋଗଇଦେବା ନିମନ୍ତେ ଏହି ଜିଲ୍ଲାକୁ ଅର୍ବାନ ଟ୍ରାନ୍ସପୋର୍ଟ ମାନ୍ୟତା ଦିଆଯାଉ ବୋଲି କଂଗ୍ରେସ ଓବିସି ବିଭାଗ ନେତା ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଫକିର ଚରଣ ଖଟୁଆ ରିବହନ ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଆଜି ପ୍ରଦାନ କରିଛନ୍ତ ।


Next Post

ଜିଲ୍ଲାର ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

Thu Jul 13 , 2023
କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ (ଯୁକ୍ତଦୁଇ ଓ ଯୁକ୍ତତିନି) ମହାବିଦ୍ୟାଳୟ ସଂଘ ତରଫରୁ ଅଧ୍ୟାପକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହିତ ସେମାନଙ୍କ ପ୍ରତି ହୋଇଥିବା ପାତରଅନ୍ତର ନୀତି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବିଗୁଡିକ ହେଉଛି ୬୬୨ ଓ ୪୪୮ ବର୍ଗର ସମାନ ଧାରାରେ କାର୍ଯ୍ୟ କରୁଥିବା ଅଧ୍ୟାପକମାନଙ୍କ ଦରମା ୨୦୨୧ ମସିହାରେ ଡିସେମ୍ବର ମାସ ୨୩ […]