କେନ୍ଦ୍ରାପଡା, ୬ା୨ – କେନ୍ଦ୍ରାପଡା କରିଲୋପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଅଧ୍ୟକ୍ଷ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଡଃ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ନିରୋଦ କୁମାର ଦାସ ମୁଖ୍ୟବକ୍ତା, ପ୍ରଫୁଲ୍ଲ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ଉପରେ ଆଲୋଚନା କରିଥିଲେ । ଅତିଥିମାନେ ଓଡିଆ ଜାତିର ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଲୋଚନା କରି ଓଡିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତି ବୋଲି ଅଭିବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଡ. ମୋନାଲିସା ନାୟକ ସଂଯୋଜନା କରିଥିବାବେଳେ ହୃଷିକେଶ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଡଃ ସରୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବିତା ଲିଖନ, କବିତା ପଠନ, ପ୍ରବନ୍ଧ, ବ୍ୟାକରଣ, ହସ୍ତାକ୍ଷର, କୁଇଜ୍ ଓ ଭଜନ ଗାନ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୭୧ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
kanikanews.in
Next Post
ପ୍ରଥମ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ
Wed Feb 7 , 2024
କେନ୍ଦ୍ରାପଡ଼ା,୭ା୨ : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ ରାଜୀବ ଗାନ୍ଧୀ ଭବନ ପରିସରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ପଂଚାୟତର ସରପଞ୍ଚ କଳ୍ପନା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ କେଶବ ସେଠୀ, ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି ଓ କବି ତଥା ରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଓ ପଂଚାୟତ […]

KANIKA
- 2 years ago
दिहुदीपुर समितिसभय उप चुनाब फलाफल
- 8 months ago
ଦଳିତ ଜାତିସଂଘ ପକ୍ଷରୁ ଆମ୍ବେଦକର ଶ୍ରାଦ୍ଧ ଦିବସ ପାଳିତ
- 7 months ago
ପବିତ୍ର ପାବନ ଜ୍ୟୋତି କଳସ ଯାତ୍ରା
- 10 months ago
କଜଳା ଶିରିଡି ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା
- 9 months ago
ନାୟାରା ଫିଲିଙ୍ଗ ଷ୍ଟେସନ ଉଦଘାଟିତ
- 1 year ago
ଗାଙ୍ଗପଡା ସମିତି ସଭ୍ୟା ସନ୍ଧ୍ୟାରାଣୀଙ୍କ ବିୟୋଗ
- 2 years ago
ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଗିରଫ