ଗାୟତ୍ରୀ ପରିବାରର ଜିଲ୍ଲା ସମୋନୟ ବୈଠକ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଗୁଲନଗର ଗାୟତ୍ରୀ ପୀଠରେ ଜିଲ୍ଲାସ୍ତରୀୟ ସମନ୍ଵୟ ଓ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ ଧ୍ଵଜା ଉତ୍ତୋଳନ ଓ ବେଦ ଗାୟତ୍ରୀ ମନ୍ତ୍ର ପଠ ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜୋନ ପ୍ରଭାରୀ ବଲରାମ ସାହୁ ଗୌତମ, ସହ ପ୍ରଭାରୀ କୃପାସିନ୍ଧୁ ଷଡଙ୍ଗୀ ଶାନ୍ତିକୁଞ୍ଜ ପ୍ରତିନିଧି ଭାବେ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ | ଗାୟତ୍ରୀ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ସୁପରିଚାଳନ ପାଇଁ ଏକ ୧୧ ଜଣିଆ କମିଟି ଗଠନ କରଯାଇଥିଲା । ଏହି କମିଟିରେ ପ୍ରଭାତ ପାତ୍ର ମୁଖ୍ୟ ସଂଯୋଜକ , ପ୍ରଦୀପ ସାମଲ ସହ ସଂଯୋଜକ, ରାଜକିଶୋରେ ଜେନା, ସ୍ରୋତସ୍ଵିନୀ ପାତ୍ର, ସରୋଜ ଆଚାର୍ଯ୍ୟ, ସସ୍ମିତା ବେହେରା, ସ୍ମୃତିକାନ୍ତ ପିଏଏନଡ଼ିଆଇଟି, ଚଞ୍ଚଳା ସାହୁ, ପ୍ରକାଶ ଦାସ ପ୍ରମୁଖକୁ ନିଆଯାଇ ବିଭିନ୍ନ ଦାୟିତ୍ଵ ଅର୍ପଣ କରଯାଇଥିଲା ।


Next Post

ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

Thu Feb 8 , 2024
ପଟ୍ଟାମୁଣ୍ଡାଇ ତା୭/୨- ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ଓ ମାର୍ଶାଘାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମିଳିତ ଭାବେ ରାଷ୍ଟ୍ର, ଅର୍ଥନୀତି ଓ ସମାଜ ସମ୍ପର୍କିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ବାଲେଶ୍ଵର ଫକିରମୋହନ ବିଶ୍ଵବିଦ୍ୟାଳୟ କୁଳପତି ଡ କୁମରବର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜ ଓ ଅର୍ଥନୀତି ବିକାଶରେ ରାଷ୍ଟ୍ରର […]

KANIKA