କେନ୍ଦ୍ରାପଡା ୧୨/୭(ପିଏନଏସ)- ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଫାଉଣ୍ଡେସନର ଜିଲ୍ଲା ସଭାପତି ପବିତ୍ର ପରିଡା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ମନିନ୍ଦ୍ର ରାଉତ, ମହିଳା ସଭାନେତ୍ରୀ ରୋଜାଲିନ ମହାନ୍ତି, ଉପସଭାପତି ସୁଧୀର ପରିଡା ପ୍ରମୁଖ ଆଜି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ହେଉଛି ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନସଂହିତା ଆଇନ ପ୍ରଣୟନ ସହିତ ଜାତି, ବର୍ଣ୍ଣ, ଧର୍ମ ଓ ଭାଷା ନିର୍ବିଶେଷରେ ସବୁ ନାଗରିକଙ୍କ ପାଇଁ ଦୁଇ ସନ୍ତାନ ଆଇନ ଲାଗୁ କରାଯିବା । ଦେଶରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଶିକ୍ଷା, ବେରୋଜଗାରୀ, ଲୁଣ୍ଠନ, ସାମ୍ପ୍ରଦାୟିକ ଦଙ୍ଗା, ଧର୍ମାନ୍ତୀକରଣ ଆଦି ବୃଦ୍ଧି ପାଉଛି । ତେଣୁ ଭାରତବର୍ଷର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସବୁ ନାଗରିକଙ୍କ ପାଇଁ ଏହି ଆଇନ ତୁରନ୍ତ ପ୍ରଣୟନ କରିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଥିଲେ ।
kanikanews.in
Next Post
ଡେଙ୍ଗୁ ଓ ମାଲେରିଆ ରୋଗମୁକ୍ତ କେନ୍ଦ୍ରାପଡ଼ା ଆମର ଲକ୍ଷ୍ୟ: ସିଡିଏମ୍ଓ
Thu Jul 13 , 2023
କେନ୍ଦ୍ରାପଡ଼ା,୧୨୭ -ମୌସୁମୀ ବର୍ଷା କେବଳ ଚାଷ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି କରିନଥାଏ ବରଂ ମଶାର ବଂଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ । ତେଣୁ ମଶାର ବଂଶ ବୃଦ୍ଧିକୁ ରୋକି କେନ୍ଦ୍ରାପଡ଼ାକୁ ସମ୍ପୂର୍ଣ୍ଣ ଡେଙ୍ଗୁ ଓ ମାଲେରିଆ ରୋଗରୁ ମୁକ୍ତ କରିବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅନୀତା ପଟ୍ଟନାୟକ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ […]

KANIKA
- 3 months ago
ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା କ୍ୟାଡର ପୁନର୍ଗଠନ ଦାବି
- 10 months ago
ଦୁଇ ପରିବାରରେ ଗଣ୍ଡଗୋଳ , ୩ ଗୁରୁତର,ଗୁହାଳପୋଡି ଓ ଗୋରୁ ଆହତ
- 11 months ago
ଇନ୍ଦୁପୁର ହତ୍ୟାକାଣ୍ଡରେ ୬ ଗିରଫ
- 7 months ago
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଜାତୀୟ ପେନସନ ଦିବସ ପାଳିତ