ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ରାଜ୍ୟସ୍ତରୀୟ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ତା୭/୨- ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ଓ ମାର୍ଶାଘାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମିଳିତ ଭାବେ ରାଷ୍ଟ୍ର, ଅର୍ଥନୀତି ଓ ସମାଜ ସମ୍ପର୍କିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ବାଲେଶ୍ଵର ଫକିରମୋହନ ବିଶ୍ଵବିଦ୍ୟାଳୟ କୁଳପତି ଡ କୁମରବର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜ ଓ ଅର୍ଥନୀତି ବିକାଶରେ ରାଷ୍ଟ୍ରର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ | ଉତ୍କଳ ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ସହକାରୀ ପ୍ରଫେସର ଡ ଶିବଶଙ୍କର ମହାନ୍ତି ଓ ଏନସି କଲେଜ ବାଣିଜ୍ୟ ବିଭାଗ ସହକାରୀ ପ୍ରଫେସର ଡ ଅଭିଜିତ ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅର୍ଥନୀତିର ବିଭିନ୍ନ ଦିଗ ଓ ଅର୍ଥନୈତିକ ବିକାଶରେ ବାଣିଜ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ | ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଦ୍ୟୁମ୍ନ ପ୍ରଧାନ ସ୍ଵାଗତଭାଷଣ ଦେଇ କାର୍ଯ୍ୟକ୍ରମ ସୂଚନା ଦେଇଥିବାବେଳେ ଶୁଭାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ | ଏହି ଆଲୋଚନାଚକ୍ରରେ ମାର୍ଷଘାଇ କଲେଜ ଅର୍ଥନୀତି ବିଭାଗ ମୁଖ୍ୟ ଦୀପକ ମହାନ୍ତି , ପଟ୍ଟାମୁଣ୍ଡାଇ କଲେଜ ପ୍ରାଧ୍ୟାପକ ଦୁଶାସନ ପରିଡା, ରଞ୍ଜିତ ସେନାପତି, ଅମିୟ ଦାସ, ବୈକୁଣ୍ଠ ରାଉଳ, ଫକିର ପ୍ରଧାନ, ସୁନୀଲ ପ୍ରଧାନ, ସର୍ବେଶ୍ଵର ସାହୁ, ରଶ୍ମିତା ପାଣିଗ୍ରାହୀ, ସିମଙ୍ଗିନୀ ଦାସ, ନିବେଦିତା ପ୍ରଧାନ, ନମିତା ବେହେରା, ରଞ୍ଜନ ବେହୁରା, ରଞ୍ଜନ ଗାହଣ, ଆଲୋକ ସାହୁ, ରଞ୍ଜନ ବେହେରା ପ୍ରମୁଖ ବିଭିନ୍ନ କଲେଜର ଅଧ୍ୟାପକମାନେ ଭାଗ ନେଇଥିଲେ | ଶେଷରେ ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଧନ୍ୟବାଦ ଦେଇଥିଲେ |


Discover more from

Subscribe now to keep reading and get access to the full archive.

Continue reading