ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ


                       ନଦୀ କୂଳରେ ରୁଣ୍ଡ ହୋଇଛନ୍ତି ଲୋକେ

କେନ୍ଦ୍ରାପଡା ଜିଲା ଆଳି ଥାନା ଅଧୀନ ପତ୍ରପୁର ବ୍ରାହ୍ମଣୀ ନଦୀକୁ ବୁଧବାର ମଧ୍ୟାହ୍ନରେ ଜଣେ ଅଜଣା ଯୁବକ ଡେଇଁ ପଡ଼ି ନିଖୋଜ ଅଛନ୍ତି। ନଦୀରେ ମଚ୍ଛମାରୁଥିବା ୨ ଜଣ ଯୁବକ ଡାକ ପକାଇଥିଲେ। ସେଠାରେ ଲୋକେରୁଣ୍ଡ ହୋଇ ପ୍ରଥମେ ଏକ ଦେଶୀ ଡଙ୍ଗାରେ ଓ ପରେ ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ବୋଟ୍‌ ସାହାଯ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି। ଅପରାହ୍ନ ସୁଦ୍ଧା ନିଖୋଜ ଯୁବକକୁ ଠାବ କରାଯାଇପାରି ନ ଥିବା ଜଣାପଡ଼ିଛି।


Discover more from

Subscribe now to keep reading and get access to the full archive.

Continue reading