ଭରତପୁର ମା’ଦକ୍ଷିଣକାଳୀ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା,୮ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଥିବା ମାଦକ୍ଷିଣ କାଳୀ ମନ୍ଦିରର ଦ୍ୱିତୀୟ ବାର୍ଷିକ ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ୪ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଯଜ୍ଞବେଦି ପ୍ରତିଷ୍ଠା, ଶ୍ରୀଶୁଭାଧିବାସ ଓ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ଦେବୀଙ୍କ ଘଟନିମଗ୍ନ, କଳସ ଯାତ୍ରା, ଦେବୀଙ୍କ ନଗର ପରିକ୍ରମା, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଶାଳାମାର୍ଜନ, କୁଣ୍ଡ ସଂସ୍କାର, ଅଗ୍ନି ସ୍ଥାପନ, ମାଙ୍କ ମଣ୍ଡଳ ସରସ୍ୱତୀ ବେଶ ଓ ଆହୂତି ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ହେବ । ଶନିବାର ମାକାଳୀଙ୍କର ଷୋଡଶ ଉପଚାର ପୂଜା, ଗୀତାଯଜ୍ଞ, ମାଙ୍କ ରାଜାରାଜେଶ୍ୱରୀ ବେଶ ଏବଂ ଦର୍ଶନ ପରେ ରବିବାର ମାକାଳୀଙ୍କର ଷୋଡଶ ଉପଚାର ପୂଜା,ମହିଷାମର୍ଦ୍ଦିନୀ ବେଶ, ଚଣ୍ଡୀଯଜ୍ଞ, ପୂର୍ଣ୍ଣାହୂତୀ, ପୂର୍ଣ୍ଣଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ପ୍ରତ୍ୟେକ ସନ୍ଧ୍ୟାରେ ମାଙ୍କ ପାଖରେ ଭଜନ ସମାରୋହ, ଓଡିଶି ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏସମସ୍ତ କାର୍ଯ୍ୟକ୍ରମକୁ ଅଲେଖ ପ୍ରସାଦ ଦାସ, ପ୍ରବୋଧ କୁମାର ଦାସ, ଯୁଗଳ କିଶୋର ଦାସ, ଶିବ ପ୍ରସାଦ ଦାସ, ଶକ୍ତି ପ୍ରସାଦ ମହାନ୍ତି, ତପନ କୁମାର ମହାନ୍ତି, ପ୍ରସନ୍ନ କୁମାର ମଲିକ, ଶ୍ରୀଧର ମହାନ୍ତି, ଶ୍ରୀଚରଣ ବେହେରା, ଅରବିନ୍ଦ ମହାନ୍ତି, ବିମଳାକାନ୍ତ ଚୈାଧୁରୀ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading