ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ କ୍ଷୁଦ୍ର ମହିଳା ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ


କେନ୍ଦ୍ରାପଡ଼ା, ୮ା୨: ସମାଜରେ ଉଭୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ଭିନ୍ନକ୍ଷମ ମହିଳାମାନଙ୍କୁ ଆତ୍ମ ସମ୍ମାନର ସହ ଜୀବିକା ନିର୍ବାହର ସୁଯୋଗ ଦେବାପାଇଁ ପୁନର୍ବାସ ପକ୍ଷରୁ ଜିଲ୍ଲାର ଭିନ୍ନକ୍ଷମ କ୍ଷୁଦ୍ର ମହିଳା ଉଦ୍ୟୋଗୀଙ୍କୁ ଏକ ଆର୍ଥିକ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ସ୍ଥାନୀୟ ଅମର ଉଦ୍ୟାନ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଭିନ୍ନକ୍ଷମ କମିଶନର ବ୍ରତତୀ ହରିଚନ୍ଦନ ଏକଦିବସୀୟ ପରିଦର୍ଶନରେ କେନ୍ଦ୍ରାପଡା ଆସିଥିବା ସମୟରେ ସର୍ବ ପ୍ରଥମେ ସେ ପୁନର୍ବାସର ଥେରାପି କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସେ ଭିନ୍ନକ୍ଷମ ଶିଶୁଙ୍କ ଥେରାପୀ ସେବାର ଅଗ୍ରଗତିର ସମୀକ୍ଷା କରିବା ସହିତ ଉପସ୍ଥିତ ଥିବା ଅଭିଭାବକମାନଙ୍କୁ ସେମାନଙ୍କ ଧୈର୍ଯ୍ୟ ଓ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହାପରେ ସେ ଅମର ଉଦ୍ୟାନ ମଣ୍ଡପଠାରେ ଜିଲ୍ଲାର ୫ଜଣ ଭିନ୍ନକ୍ଷମ ମହିଳା କ୍ଷୁଦ୍ର ଉଦ୍ୟୋଗୀ ମାର୍ଶାଘାଇର ତୃପ୍ତିମୟୀ ଦାସ, ଖମାଙ୍ଗର ସୁନିତା ଚାନ୍ଦ, ସଂଗ୍ରାମପୁର ଶାସନର ସଂଯୁକ୍ତା ଦାସ, ଡାଙ୍ଗମାଳର ସୁମତୀ ବିଶ୍ୱାଳ ଓ କରିଲୋପାଟଣାର ଅନ୍ନପୂର୍ଣ୍ଣା ସାମଲ ଆଦି ପ୍ରତ୍ୟେକଙ୍କୁ ୧୨ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ଡଃ ବିରଜା ରାଉତରାୟ ଯୋଗ ଦେଇ ଭିନ୍ନକ୍ଷମ ମହିଳା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଏହି ସହାୟତାର ଉଦ୍ୟମ ଅନ୍ୟ ବେସରକାରୀ ତଥା କର୍ପୋରେଟ୍ ସ୍ତରରେ ଏହି ଦୁର୍ବଳ ଓ ପଛୁଆ ବର୍ଗଙ୍କୁ ସହଯୋଗର ଏକ ମାର୍ଗ ଉନ୍ମୁକ୍ତ କରିବ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ପୁନର୍ବାସର ସଭ୍ୟ ବଂଶୀଧର ମହାନ୍ତି, ମହମ୍ମଦ ଜହିଦ୍ ଖାନ, ଶେଷଦେବ ପ୍ରସାଦ ଦାସ, ନିରଞ୍ଜନ ମଙ୍ଗରାଜ, କ୍ଷୀରୋଦ କୁମାର କର, ସ୍ୱପ୍ନାଂଶୁ କୁମାର ଦାସ, ସଂଗ୍ରାମ ଚୌଧୁରୀ, ମନୋଜ ମହାନ୍ତି, ଥେରାପିଷ୍ଟ ରଚିତା ଜେନା, ଗୁଞ୍ଜନସ୍ମିତା ବେହେରା, ଶୁଭଶ୍ରୀ ଦାସ, ଚନ୍ଦନ କୁମାର ଜେନା, ଦେବାଶିଷ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ପକ୍ଷରୁ କାଉନସିଲର ସଞ୍ଜୀବ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ମନୋଜ ବିଶ୍ୱାଳ, ନିହିର ରଞ୍ଜନ ବାରିକ ଓ ଦୀପକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏହାପରେ ଭିନ୍ନକ୍ଷମ ଆୟୁକ୍ତ କ୍ୟାମ୍ପକୋର୍ଟ ମାଧ୍ୟମରେ ୧୨ଗୋଟି ଅଭିଯୋଗର ଶୁଣାଣି କରିଥିଲେ । ଦୁଇଗୋଟି ଭତ୍ତା ପ୍ରଦାନ ନିମନ୍ତେ ତ୍ୱରିତ ଆଦେଶ ଦେଇଥିଲେ । ଏଥିରେ ସମ୍ପୃକ୍ତ ପକ୍ଷ, ଅଧିକାରୀମାନେ ଓ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading