ବଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ


 

କେନ୍ଦ୍ରାପଡା, ୮ା୨- କେନ୍ଦ୍ରାପଡା ବ୍ଲକ ଜମଧର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ, ଗ୍ରାମବାସୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ସହଯୋଗରେ ସମାପନ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ତପନ କୁମାର ସିଂହ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଓଷ୍ଟା ସଭାପତି ଅନନ୍ତ ଚରଣ ପରିଡା, ସିଆରସିସି କ୍ଲଷ୍ଟର ରତ୍ନାକର, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ଓ ଜମଧର ଗ୍ରାମପଞ୍ଚାୟତ ସରପଞ୍ଚ ରାଜକିଶୋର ଖୁଣ୍ଟିଆ ଉକ୍ତ ସଭାରେ ଉପସ୍ଥିତ ଥିଲେ । ମୋ ସ୍କୁଲ ଅଭିଯାନର ସଭାପତି ଗଜେନ୍ଦ୍ର କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ପ୍ରାକ୍ତନ ତଥା ବର୍ତ୍ତମାନର ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦିଦ୍ୟାଳୟର କୁନିକୁନି ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ନିରୋଦ କୁମାର ବାରିକ, ରମେଶ ଚନ୍ଦ୍ର ପତି, ଦିଲ୍ଲୀପ ନାୟକ, ଦିବାକର ବେହେରା, ଶିବ ପ୍ରସାଦ ବେହେରା, ବିଶ୍ୱଜିତ୍ ମହାନ୍ତି, ସୁଧିର ଜେନା, ଜଗନ୍ନାଥ ନାୟକ, ନାରାୟଣ ପ୍ରଧାନ, ଜିତେନ୍ଦ୍ର କୁମାର ମହାନ୍ତି, ନରେନ୍ଦ୍ର କୁମାର ମହାନ୍ତି ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଥିଲା । ଶେଷରେ ନିରୋଦ କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦେବେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading