ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ରାଜ୍ୟସ୍ତରୀୟ ଆଲୋଚନାଚକ୍ର


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ବିଭାଗ ଓ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ମିଳିତ ସହଯୋଗରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଭୁବନେଶ୍ୱର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ ଶିବ ପ୍ରସାଦ ପରିଡା ଓ ସହକାରୀ ପ୍ରଫେସର ଡ଼ ଯଶସ୍ବୀ ନାୟକ ଯୋଗ ଦେଇ ଓଡିଶାରେ ବନ୍ୟଜନ୍ତୁଙ୍କ ଭବିଷ୍ୟତ ଓ ଆକ୍ୱାପୋନିକସ ବିଷୟରେ ତାତ୍ଵିକ ଆଲୋଚନା କରିଥିଲେ । ଆଲୋଚନାଚକ୍ରର ଆବାହକ ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ସରୋଜିନୀ ମିଶ୍ର ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଅଞ୍ଜଳି ଦାଶ ସନ୍ଦର୍ଭ ପାଠ କରିଥିଲେ । ଏହି ଆଲୋଚନାଚକ୍ର ରେ ପ୍ରଧ୍ୟାପିକା ମଞ୍ଜୁଶ୍ରୀ ସ୍ୱାଇଁ,ଡ଼ ପ୍ରଦୀପ ପତି ଅଧ୍ୟାପିକା ସବିତା ମିଶ୍ର, ଅଧ୍ୟାପିକା ପ୍ରିୟଙ୍କା ମିଶ୍ର, ଅଧ୍ୟାପିକା ଶୁଭଦର୍ଶନୀ ପ୍ରଧାନ ପ୍ରମୁଖ ବିଭିନ୍ନ କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ପଟ୍ଟାମୁଣ୍ଡାଇ କଲେଜର ଆନ୍ତରିକ ଗୁଣବତ୍ତା କମିଟି ସଂଯୋଜକ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଡ଼ ଫକୀର ପ୍ରଧାନ,ପ୍ରଧ୍ୟାପିକା ଡ଼ ପ୍ରେମଲତା ରାଉତ, ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା, କ୍ୟାପଟେନ ମନୋଜ ପରିଡା, ରଂଜିତ ସେନାପତି ଅଧ୍ୟାପକ ଅରବିନ୍ଦ ପାଣ୍ଡଵ, ଶ୍ରୀମନ୍ତ ଜେନା,ରଞ୍ଜନ ଗାହାଣ, ସୁଭାଶିଷ ମିଶ୍ର ପ୍ରଦ୍ୟୁମ୍ନ ପ୍ରଧାନ, ସଜ୍ଜନ ବାରିକ,ଅଧ୍ୟାପିକା ନିବେଦିତା ନାୟକ, ରଶ୍ମିତା ପାଣିଗ୍ରାହୀ,ସୀମାଙ୍ଗିନୀ ଦାସ, ଶୁଭଶ୍ରୀ ପୋଥାଳ,ଡେମୋନଷ୍ଟ୍ରେ ଟ ର ଗଣେଶ୍ୱର ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେବା ସହିତ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଇ କ୍ଯୁ ଏ ସି ସଂଯୋଜକ ଡ଼ ସୁନୀଲ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏଥିରେ ପଟ୍ଟାମୁଣ୍ଡାଇ କଲେଜର ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଯୋଗ ଦେଇ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।


Next Post

ଜାତୀୟ କୃମିନାଶକ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

Fri Feb 9 , 2024
କେନ୍ଦ୍ରାପଡ଼ା,୯ା୨: କେନ୍ଦ୍ରାପଡା ସହରର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଫେବୃୟାରୀ୧୦ତାରିଖରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଅଧିକ ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ୧ବର୍ଷରୁ […]