ବେଲତଳରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଲତଳ ଗ୍ରାମର ସୁଦର୍ଶନ ଦାଶଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ଚାଳଛପର ଘର ସମେତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ତେବେ କେହି ଦୁବୃର୍ତ୍ତ ଘରେ ନିଆଁ ଲଗାଇ ଦେଇଥିବା ଗୃହ କର୍ତ୍ତା ସୁଦର୍ଶନ ଦାଶ ସନ୍ଦେହ କରି ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।


Next Post

ଚତୁର୍ଥ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ

Sun Feb 11 , 2024
କେନ୍ଦ୍ରାପଡ଼ା, ୧୧/୨: କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଆଜି ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆରଡିସି ତଥା ବିଶିଷ୍ଟ କବି ରଞ୍ଜନ ଦାସ ଯୋଗଦେଇ କହିଥିଲେ ଯେ ସାହିତ୍ୟ ସମାଜକୁ ରୁଦ୍ଧିମନ୍ତ ଓ ରଙ୍ଗମୟ କରେ । ଜଣେ ସାହିତ୍ୟିକ ବା କବି ସୃଷ୍ଟି କୁ ସୌନ୍ଦର୍ଯ୍ୟମୟ କରାଏ । ପ୍ରତ୍ୟେକ ଲୋକ ନିଜସ୍ୱ ବାଟରେ ଆଗକୁ ଯାଆନ୍ତି । ତେବେ ସବୁ ପରିସ୍ଥିତିରେ ଜଣେ […]

KANIKA