କେନ୍ଦ୍ରାପଡ଼ା,୧୧ା୨ : ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଜନନେତା, ପୂର୍ବତନ ସାଂସଦ, ଅରୁଣାଚଳ ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ସୁରେନ୍ଦ୍ର ଦ୍ୱିବେଦୀଙ୍କ ୧୧୨ତମ ଜୟନ୍ତୀ ଆଜି କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ସୁଶିଲ କୁମାର ସାମଲ, ପ୍ରଫୁଲ୍ଲ କୁମାର ଦାସ, ହିମାଂଶୁ ଶେଖର ଲେଙ୍କା, ଗୋପାଳ ଚନ୍ଦ୍ର ମାହାଲିକ, ମହେନ୍ଦ୍ର କୁମାର ପରିଡା, ମଧୁସୁଦନ ନାୟକ, ବିଧୁ ଭୂଷଣ ମହାପାତ୍ର, ତ୍ରିଲୋଚନ ମଳିକ ଓ ଶରତ କୁମାର ବେହୁରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦ୍ୱିବେଦୀଙ୍କ ବହୁମୂଖୀ ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଅର୍ବାନ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ୱର୍ଗତ ଦ୍ୱିବେଦୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।
kanikanews.in
Next Post
ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର ଜିଲ୍ଲା ସ୍ତରୀୟ ତ୍ରୟବାର୍ଷିକ ସମ୍ମିଳନୀ
Sun Feb 11 , 2024
କେନ୍ଦ୍ରାପଡ଼ା,୧୧ା୨ : ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର ଜିଲ୍ଲା ସ୍ତରୀୟ ତ୍ରୟବାର୍ଷିକ ସମ୍ମିଳନୀ ଆଜି ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୁକାନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଅଶୋକ କୁମାର ବେହେରା, ଭଣ୍ଡାରୀ ପୋଖରୀ ତହସିଲର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ମଲ୍ଲିକ, […]

You May Like
- 2 years ago
ଆସନ୍ତା ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା
- 2 years ago
ଖଡ଼ିଅଂଟା ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ
- 2 years ago
ଶ୍ରୀରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ