ସଡକ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ  


ଗତକାଲି ଦୁର୍ଘଟଣାରେ ଗୁରୁତର ହୋଇଥିବା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ସମାଜସେବୀ ତଥା ସଂସାର ଫଳ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ, ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ସାମନ୍ତରାୟଙ୍କ ପରଲୋକ ଘଟିଛି। ଗତକାଲି ଦୁର୍ଘଟଣାର ଶିକାର ହୋଇ ଅତ୍ୟନ୍ତ ମୁମୁର୍ଷ ଅବସ୍ଥାରେ ପଟ୍ଟାମୁଣ୍ଡାଇ  ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ପଟ୍ଟାମୁଣ୍ଡାଇ ଶୋକର ଛାୟା ଖେଳି ଯାଇଥିଲା ।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ମଦନପୁର ଗ୍ରାମର ଆଇନଜିବୀ ସାମନ୍ତରାୟ ପୌରାଂଚଳ ଛାଉଣି ଗ୍ରାମରେ ନିଜ ଘରକରି ରହିଆସୁଥିଲେ । ତାଙ୍କ ସ୍ତ୍ରୀ ସଂସାରଫଳ ସରପଂଚ ଥିବା ବେଳେ ସେ ପଂଚାୟତ କାମ ସାରି ରବିବାର ସଂନ୍ଧ୍ୟାରେ ନିଜ ବାଇକ ନଂ- ଓଆର ୦୫ ଏବି-୧୦୫୯ ରେ ପଟ୍ଟାମୁଣ୍ଡାଇ ଫେରୁଥବା ବେଳେ ଠିକିରି ପୋଲ ଛକ ନିକଟରେ ଆଗରେ ଯାଉଥିବା ଟ୍ରକ ନଂ- ଓଆର ୦୪ ଏମ ୭୮୮୫ଟି ହଟାତ ବ୍ରେକ ଲଗାଇଦେବାରୁ ସେ ଟ୍ରକ ପଛରେ ପିଟିହୋଇ ଗୁରୁତ୍ୱର ହୋଇପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବି  ସ୍ଥାନାନ୍ତରିତ କରାଯାଇଥିଲା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ପଟ୍ଟାମୁଣ୍ଡାଇ ଶୋକର ଛାୟା ଖେଳି ଯାଇଥିଲା ।

କଟକରୁ ତାଙ୍କ ମୃତ ଦେହ ସୋମବାର ଅପରାହ୍ନରେ ପଟ୍ଟାମୁଣ୍ଡାଇ ପହଁଞ୍ଚିବା ପରେ କୋଟ୍ ପରିସରକୁ ନିଆଯାଇଥିଲା । କୋର୍ଟ ବିଚାରପତି ସମେତ ଆଇନଜୀବୀ ଓ କର୍ମକର୍ତ୍ତାମାନେ ମରଶରୀରରେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ ମର ଶରୀରକୁ ଶୋଭାଯାତ୍ରାରେ ତାଙ୍କର ନିଜ ଗ୍ରାମ ମଦନପୁରକୁ ଅଣାଯାଇ ସଂସାରଫଳ ପଞ୍ଚାୟତ ପରିକ୍ରମା କରାଯାଇଥିଲା ।  ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ସୁଶାନ୍ତ ସାମନ୍ତରାୟ ମୁଖାଗ୍ନି ଦେଇଥିଲେ  । ସ୍ୱର୍ଗତ ଶିବ ପ୍ରସାଦ ସାମନ୍ତ ରାୟ ଏକାଧାର ରେ ଜଣେ ସମାଜସେବୀ, ରାଜନୀତିଜ୍ଞ ଏବଂ  ଆଇନଜୀବୀ ଥିଲେ । ଆରଏସଏସର ସକ୍ରିୟ ସଦସ୍ୟ ଥିବା ସ୍ବର୍ଗତ ସାମନ୍ତରାୟ ଅତୀତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ମଦନପୁର ମହାବୀର କଲେଜ, ବାଳିକା ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ଭାବେ  ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ।

 


Discover more from

Subscribe now to keep reading and get access to the full archive.

Continue reading