ଗୁଲନଗର ଗ୍ରାମରେ ଶାରଳା ମେଳା


କେନ୍ଦ୍ରାପଡା, ୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତ ବୁଢାଗୋବିନ୍ଦ ମନ୍ଦିର ପରିସରରେ ଦେବାଶିଷ କୁବେରଙ୍କ ତତ୍ୱାବଧାନରେ ଅଷ୍ଟାଦଶତମ ବାର୍ଷିକ ଶାରଳା ମେଳା ଅନୁଷ୍ଠିତ ହୋଯାଇଛି । ଗତ ଗୁରୁବାର ଦିନ ସକାଳେ ମା ଶାରଳାଙ୍କ ପାଖକୁ ଶ୍ରୀ କୁବେର ଯାଇ ଆଜ୍ଞାମାଳ ଆଣିଥିଲେ । ଆଜ୍ଞାମାଳ ଆସିବା ପରେ ଗୋବରୀ ଘାଟରୁ ଭକ୍ତମାନେ କଳସରେ ପାଣିଆଣିବା ପରେ ଘଟ ସ୍ଥାପନ କରାଯାଇ ପୂଜାଅର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ଶ୍ରୀରାମ ଭଜନସନ୍ଧ୍ୟା ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି ମେଳାକୁ ଦିଲ୍ଲୀପ ରଥ, ପ୍ରଶନ୍ନ ପଣ୍ଡା,ଚଗଲା ନନା, ରଶ୍ମିରଞ୍ଜନ ରଥ, ବିଳରାମ ସାହୁ, ଜିତେନ୍ଦ୍ର ସାହୁ, ପ୍ରକାଶ କୁମାର କୁବେର, ଛବି ସାହୁ, ମନୋରଞ୍ଜନ ନାୟକ, ରାଜୀବ କର, ନଳିନୀ କାନ୍ତ ସାହୁ, ରବିନ୍ଦ୍ର ସାହୁ, ନାରାୟଣ ସାହୁ ଓ ରିଙ୍କୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading