ଖଡ଼ିଅଣ୍ଟା ଓ ବଡପଡା ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ଓ ବଡପଡା ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଆମ ଓଡିଶା ନବୀନ ଓଡିଶା ଯୋଜନାରେ  ଖଡ଼ିଅଣ୍ଟା ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ବଡପଡା ପଂଚାୟତକୁ ମଧ୍ୟ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି ଏହି ଅନୁଦାନରେ ଯୁବବିକାଶ କେନ୍ଦ୍ର, ମିଶନଶକ୍ତି ଗୃହ ନିର୍ମାଣ, ଦେବାଦେବୀ ମନ୍ଦିର ଉନ୍ନତିକରଣ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ସ୍କୁଲ ଗୃହ ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି  ଖଡିଅଣ୍ଟା ଓ ବଡପଡା ପଂଚାୟତରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ  ଏକ ସଭା ଆୟୋଜନ କରାଯାଇଥିଲା    ଖଡିଅଣ୍ଟାରେ ସରପଞ୍ଚ ଜୀବନ କୃଷ୍ଣ ରାୟଙ୍କ ପୌରହିତ୍ୟ ଓ ସାମାଜିକ ସମୀକ୍ଷକ ନଳିନୀ କାନ୍ତ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳ ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ଏହି ଯୋଜନାରେ ମଂଜୁର ଅର୍ଥ ବିନିଯୋଗ କରି ଖଡ଼ିଅଣ୍ଟା  ପଂଚାୟତକୁ ଏକ ସମୃଦ୍ଧ ସଶକ୍ତ ଓ ବିକଶିତ ପଂଚାୟତରେ ପରିଣତ କରିବା ସହିତ ନବୀନ ସରକାରଙ୍କ ସଫଳତାର ବାର୍ତା ଘରେ ଘରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏହି ସଭାରେ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ,ବିଡ଼ିଓ  ଶୁଭ୍ରାଂଶୁ ସାହୁ ସମାଜସେବୀ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ ,ବାଲିପାଟଣା ପୂର୍ବତନ ସରପଞ୍ଚ କିଶୋର ଜେନା କନିଷ୍ଠ ଯନ୍ତ୍ରୀ ରତ୍ନେଶ ପାଣ୍ଡେ,ପି ଇ ଓ ସଂଜୀବ ବେହେରା  ,ଜି ଆର ଏସ  ବୈଷ୍ଣବ ଦାସ  ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯକାରୀ ହୋଇଥିବା ପ୍ରକଳ୍ପ ସମ୍ପର୍କରେ ପ୍ରଦର୍ଶନ  କରାଯାଇଥିଲ ଫିଟ ଫର ଫାୟାର ଡ୍ୟାନ୍ସ ଏକାଡେମୀ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନା ସମ୍ପର୍କ ଜନସଚେତନତା ସୃଷ୍ଟି କରିଥିଲେ  

ସେହିପରି ବଡପଡା ପଂଚାୟତ  ସରପଞ୍ଚ ସୋମନାଥ ଦାସଙ୍କ ପୌରହିତ୍ୟ ଓ ଶିକ୍ଷାବିତ ବିଧୁଭୂଷଣ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ସଭାରେ  ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳ ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ଏହି ଯୋଜନାରେ ମଂଜୁର ଅର୍ଥ ବିନିଯୋଗ କରି ବଡପଡା ପଞ୍ଚାୟତକୁ ଏକ ସମୃଦ୍ଧ ସଶକ୍ତ ଓ ବିକଶିତ ପଂଚାୟତରେ ପରିଣତ କରିବା ସହିତ ନବୀନ ସରକାରଙ୍କ ସଫଳତାର ବାର୍ତା ଘରେ ଘରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ ବିକାଶର ପରିଭାଷା ବଦଳିଛି କଂଗ୍ରେସ ସରକାର ସମୟରେ ରାଜ୍ୟ ବଜେଟ ୩୭୪କୋଟି ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶଧାରାକୁ ଆଗେଇ ନେବା ପାଇଁ ବଜେଟ ପରିମାଣ ବୃଦ୍ଧି କରି ୨ଲକ୍ଷ ୫୫ହଜାର କୋଟିରେ ପହଞ୍ଚାଇଛନ୍ତି ଯାହା ଏକ ଉଦାହରଣ ସୃଷ୍ଟି କରିଛି  ବୋଲି ବ୍ଲକ ଅଧ୍ୟକ୍ଷ ପ୍ରକାଶ କରିଥିଲେ

ଏହି ସଭାରେ ପୂର୍ବତନ ସରପଞ୍ଚ ସମାଜସେବୀ ସନ୍ତୋଷ ଦାସ, ସମବାୟ ସମିତି ନିର୍ଦେଶକ ଅଶୋକ ମଲିକ, ପୂର୍ବତନ ସରପଞ୍ଚ ଯୁବସମାଜସେବୀ କୈଳାଶ ସିଂହ,ଦଳିତ ନେତା ପାରେଶ୍ୱର ସେଠୀ,ବାଲିପାଟଣା ପୂର୍ବତନ ସରପଞ୍ଚ କିଶୋର ଜେନା ସେୟାର ସମ୍ପାଦକ କିଶୋର ସ୍ୱାଇଁ,ଯୁବନେତା ସୂର୍ଯ୍ୟକାନ୍ତ ରାଉତ, ତ୍ରିଲୋଚନ ସେଠୀ, ନଳିନୀକାନ୍ତ ସ୍ୱାଇଁ ଓ ଅଭି ମଲିକ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ରାଉତ ପି ଇ ଓ ବଂଶୀଧର ପାତ୍ର ଇ ଜି ଆର ଏସ ଜୟନ୍ତୀ ସାହୁ ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯକାରୀ ହୋଇଥିବା ପ୍ରକଳ୍ପ ସମ୍ପର୍କରେ ପ୍ରଦର୍ଶନ  କରାଯାଇଥିଲ ସଂଗୀତଜ୍ଞ ବିମଳ ପରିଡାଙ୍କ ନେତୃତ୍ୱ ରେ ଭାବଗ୍ରାହୀ କଳାନିକେତନ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନା ସମ୍ପର୍କ ଜନସଚେତନତା ସୃଷ୍ଟି କରିଥିଲେ ଶେଷରେ  କଳାକର ପଣ୍ଡା ଧନ୍ୟବାଦ ଦେଇଥିଲେ  ଏହି କାର୍ଯ୍ୟକ୍ରମରେ ବଡପଡା ପଂଚାୟତର ବହୁ ସଂଖ୍ୟକ ମହିଳା ପୁରୁଷ ଓ ଯୁବକ ମାନେ ଯୋଗ ଦେଇଥିଲେ

 

 


Discover more from

Subscribe now to keep reading and get access to the full archive.

Continue reading