ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡାଦେଶ


କେନ୍ଦ୍ରାପଡ଼ା, ୧୯ା୨: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ ଆଡହକ୍ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୧୦ବର୍ଷ ଜେଲଦଣ୍ଡାଦେଶ ସହ ୨୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଗୁପ୍ତି ଗ୍ରାମର ଜନୈକ ମହିଳା ଗତ ୨୦୨୦ମସିହା ମାର୍ଚ୍ଚମାସ ୧ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ତାଙ୍କର ଏକ ବାହାରିଆ ଘରେ ଧାନ ଉସାଁଉଥିବା ବେଳେ ସେହି ଗ୍ରାମର ବାସୁଦେବ ମଲ୍ଲିକ ଓରଫ ଗାଣ୍ଡୁଆ ବାରିପଟରୁ ଘରେ ପ୍ରବେଶ କରି ପିଡିତା ମହିଳାଙ୍କ ହାତ ଧରି ଟଣାଟଣି କରିବାରେ ସଂପୃକ୍ତ ମହିଳା ପାଟି କରିଥିଲେ । ବାସୁଦେବ ସେହି ମହିଳାଙ୍କ ପାଟିରେ ଗାମୁଛା ପୁରାଇ ଦେଇ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ସେହି ସମୟରେ ମହିଳାଙ୍କ ଶଶୁର ଆସିଯିବାରୁ ଅଭିଯୁକ୍ତ ସେଠାରୁ ଦୌଡି ପଳାଇଥିଲା । ଏସମ୍ପର୍କରେ ପିଡିତା ମହିଳାଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ରାଜନଗର ଥାନାରେ ୫୮/୨୦୨୦ରେ ଆଇ.ପି.ସି.ର ୪୫୦ ଓ ୩୭୬(ଆଇ)ରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ପୋଲିସ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରିବା ପରେ ଏସଟି କେଶ ନମ୍ବର -୭୯/୨୦୨୦ରେ ମାମଲାର ଶୁଣାଣି ଚାଲିଥିଲା । ସେହି ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ ଆଡହକ୍ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୧୪ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତ୍ତି କରି ଅଭିଯୁକ୍ତ ବାସୁଦେବ ମଳିକକୁ ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ୨୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନା କୋର୍ଟରେ ମକ୍କଦ୍ଦମା ପରିଚାଳନା କରୁଥିଲେ ।


Next Post

କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନର ଇଂରାଜୀ ବିଷୟରେ ୮୬୨ ପରୀକ୍ଷାର୍ଥୀ

Mon Feb 19 , 2024
କେନ୍ଦ୍ରାପଡ଼ା,୧୯ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ବିଜ୍ଞାନର ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୬୨ଜଣ ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋକେସନାଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୧୦ଜଣ ଛାତ୍ରଛାତ୍ରୀ ଥିବା […]

KANIKA