ଦିହୁଡିପୁର ସମିତିସଭ୍ୟ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଅଗଷ୍ଟ ମାସ ୯ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ଥିତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ବିଜେପି ପୁରାଦମରେ ଲାଗିପଡିଛନ୍ତି । ୧୭ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୧୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଅଗଷ୍ଟ ମାସ ୯ ତାରିଖରେ ଭୋଟିଂ ହୋଇ ପରେ ଫଳାଫଳ ପ୍ରକାଶ ପାଇବ। ନାମାଙ୍କନପତ୍ର ଦାଖଲର ପ୍ରଥମ ଦିବସରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଝରଣା ପ୍ରଧାନ ଦିହୁଡିପୁର ବଟଗୋସେଇଁ ପୀଠରୁ ପୂଜାର୍ଚନା କରି ନିଜର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ପହଂଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ଜିଲ୍ଲାକଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ, ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ନଗର କଂଗ୍ରେସ ଉପସଭାପତି ଅବିନାଶ ଲେଙ୍କା, ଦିହୁଡିପୁର ସରପଂଚ ନରେଶ ମଲିକ, ପୂର୍ବତନ ସରପଂଚ ଶ୍ରୀଧର ସ୍ୱାଇଁ, ଅକ୍ଷୟ ସାହୁ, ମାଗୁଣି ଲେଙ୍କା, ସନାତନ ବିଶ୍ୱାଳ, ଆଲୋକ ଧଳ, ଭରତ ସ୍ୱାଇଁ, ସୌମ୍ୟରଞ୍ଜନ ଚୌଧୁରୀ, ରିଙ୍କୁ ବେହେରା, ରଞ୍ଜନ ବେହେରା, ମଦନ ବେହେରା, ବିଜୟ ଖଟୁଆ, ସୁବାଷ ପ୍ରଧାନ ଓ କାବୁଲି ଖଟୁଆ ପ୍ରମୁଖ କଂଗ୍ରେସନେତା ଓ କର୍ମକର୍ତା ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading