କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନର ଇଂରାଜୀ ବିଷୟରେ ୮୬୨ ପରୀକ୍ଷାର୍ଥୀ


କେନ୍ଦ୍ରାପଡ଼ା,୧୯ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ବିଜ୍ଞାନର ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୬୨ଜଣ ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋକେସନାଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୧୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ୩୫୨ଜଣ ହେଉଛନ୍ତି ଅନ୍ୟ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ।

ଏହି ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଭାବେ ପ୍ରଫେସର ଅଶୋକ କୁମାର ଦାସ ଥିବା ବେଳେ ଉପଅଧିକ୍ଷକ ଭାବେ ପ୍ରଫେସର ଡ. ବାସନ୍ତୀ ଶୁକ୍ଳା, ପ୍ରଫେସର ସତ୍ୟରଞ୍ଜନ ମିଶ୍ର, ପ୍ରଫେସର ବିକାଶ କୁମାର ନାୟକ ଓ ପ୍ରଫେସର ସୁବ୍ରତ କୁମାର ପାତ୍ର ଦାୟୀତ୍ୱ ନିର୍ବାହ କରୁଛନ୍ତି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ପ୍ରଶ୍ନପତ୍ର ହବ୍‌ର ସୁପରଭାଇଜର ଭାବେ ପ୍ରଫେସର ବିଶ୍ୱରଞ୍ଜନ ପୁହାଣ ଏବଂ ଡେପୁଟୀ ସୁପରଭାଇଜର ଭାବେ ପ୍ରଫେସର ଡ. ରେବତୀ କର ରହିଛନ୍ତି । ଏହି ପରୀକ୍ଷା କେନ୍ଦ୍ରର ୧୪ଟି ହଲରେ ହେଉଥିବା ଆଜିର +୨ ପରୀକ୍ଷାରେ ୪୫ଜଣ ଇନଭିଜିଲେଟର ଦାୟୀତ୍ୱ ନିର୍ବାହ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଅନିତା ତରାଇ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିଛନ୍ତି । ଶାନ୍ତିଶୃଙ୍ଖଳାର ସହିତ ଏହି ପରୀକ୍ଷା କେନ୍ଦ୍ରରେ ଆଜି ପରୀକ୍ଷା ଶେଷ ହୋଇଥିବା କେନ୍ଦ୍ର ଉପ ଅଧିକ୍ଷକ ଡ. ଶୁକ୍ଳା ସୂଚନା ଦେଇଛନ୍ତି ।


Next Post

ଆଜିଠୁଁ ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା

Mon Feb 19 , 2024
କେନ୍ଦ୍ରାପଡ଼ା,୧୯ା୨ : ଆଜି ଠାରୁ ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜିଲ୍ଲାର ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଆଜି ଠାରୁ ଦାବି ପୁରଣ ହେବା ପର୍ଯ୍ୟନ୍ତ ଆଉ କୈାଣସି ରାଜସ୍ୱ ବିଭାଗର କାର୍ଯ୍ୟ କରିବେ ନାହିଁ । କେବଳ ପରୀକ୍ଷା ଦାୟୀତ୍ୱ ସମେତ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟକୁ ଛାଡି ଦେଲେ ଅନ୍ୟ କୈାଣସି ସରକାରୀ […]

KANIKA