ପଟ୍ଟାମୁଣ୍ଡାଇରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୨୫୭୮, କପି ରୋକିବାକୁ କଡା ପଦକ୍ଷେପ



ଆଜି ଠାରୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କଷଣଅଣ୍ଟା ହାଇସ୍କୁଲ ପ୍ରଶ୍ନପତ୍ର ହବ କେନ୍ଦ୍ର କରାଯାଇଛି ।  ସମୁଦାୟ ପରୀକ୍ଷା ପରିଚାଳନା ପାଇଁ ୧୩ ହବ କେନ୍ଦ୍ର କରାଯାଇଛି ।  ଚଳିତ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରିଥିବା ୨୬୩୩ ମଧ୍ୟରୁ ୨୫୭୮ ଜଣ ପିଲା ପରୀକ୍ଷା ଦେଉଛନ୍ତି ।  ଆଜି ମାଟ୍ରିକ ପରୀକ୍ଷା ପ୍ରଥମ ଦିବସରେ ପିଲାମାନେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଇଛନ୍ତି ।  ପରୀକ୍ଷାରେ କପି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଓ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ଓ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ପଦ୍ମାଳୟା ପ୍ରଧାନ ପୋଲିସ ଫୌଜ ସହ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading