
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଓ ଦିହୁଡିପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦନନଗର ପଂଚାୟତ ସରପଞ୍ଚ ବନୋଜ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ଆଜି ଅଞ୍ଚଳରେ ସବୁ ବର୍ଗର ଜନସାଧାରଣ ପାଉଥିବା ବେଳେ ଅଞ୍ଚଳର ଦ୍ରୁତ ବିକାଶ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲାଗି ସମ୍ଭବ ହୋଇପାରିଛି । ଗ୍ରାମାଞ୍ଚଳ ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ଏହି ଯୋଜନାରେ ସମସ୍ତ ପଞ୍ଚାୟତକୁ ଏକ ସମୃଦ୍ଧ ସଶକ୍ତ ଓ ବିକଶିତ ପଂଚାୟତରେ ପରିଣତ କରିବା ସହିତ ନବୀନ ସରକାରଙ୍କ ସଫଳତା ହାସଲ କରିଛନ୍ତି । ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ଆପଣମାନଙ୍କ ଆଶ୍ରିବାଦ ଓ ଭଲପାଇବା ସବୁବେଳେ ମୋ ଉପରେ ରହିଥାଉ ।ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଦାସ, ଚନ୍ଦନ ନଗର ସମବାୟ ସମିତି ସଭାପତି ସୁରେଶ ପଣ୍ଡା, ସମିତିସଭ୍ୟ ମାନସ ମଲିକ, ସୁଶାନ୍ତ ଦାସ, ଯୁବନେତା ଶଶିକାନ୍ତ ପଣ୍ଡା, ସୁନାକାର ନାୟକ, ସରୋଜ ପଣ୍ଡା, ଚିତ୍ତ ରଞ୍ଜନ ଦାସ ବିଜୟ ନାଥ, ଅରୁଣ ଦାସ କନିଷ୍ଠ ଯନ୍ତ୍ରୀ କତୃଶେଷ ବ୍ରହ୍ମା, ପିଇଓ ଅଲେଖ ପ୍ରଧାନ, ଜିଆରଏସ ପ୍ରମୋଦ ସାହୁ ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।
ସେହିପରି ଦିହୁଡିପୁର ପଂଚାୟତ ସରପଞ୍ଚ ନରେଶ ମଲିକଙ୍କ ପୌରହିତ୍ୟରେ ଆୟୋଜିତ “ଆମ ଓଡିଶା ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳ ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ଏହି ଯୋଜନାରେ ମଂଜୁର ଅର୍ଥ ବିନିଯୋଗ କରି ଦିହୁଡିପୁର ପଂଚାୟତକୁ ଏକ ସମୃଦ୍ଧ ସଶକ୍ତ ଓ ବିକଶିତ ପଂଚାୟତରେ ପରିଣତ କରିବା ସହିତ ନବୀନ ସରକାରଙ୍କ ସଫଳତାର ବାର୍ତା ଘରେ ଘରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କଂଗ୍ରେସ ସରକାର ସମୟରେ ରାଜ୍ୟ ବଜେଟ ୩୭୪କୋଟି ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିକାଶଧାରାକୁ ଆଗେଇ ନେବା ପାଇଁ ବଜେଟ ପରିମାଣ ବୃଦ୍ଧି କରି ୨ଲକ୍ଷ ୫୫ହଜାର କୋଟିରେ ପହଞ୍ଚାଇଛନ୍ତି ଯାହା ଏକ ଉଦାହରଣ ସୃଷ୍ଟି କରିଛି । ଏହି ସଭାରେ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧନୁର୍ଜୟ ସ୍ୱାଇଁ ସ୍ୱାଇଁ,ସମିତି ସଭ୍ୟା ପ୍ରମିଳା ଖଟୁଆ, ପୂର୍ବତନ ସରପଞ୍ଚ ଶ୍ରୀଧର ସ୍ୱାଇଁ,ଯୁବ ନେତା ସୂର୍ଯ୍ୟକାନ୍ତ ରାଉତ , ବାଣୀ ଭୂଷଣ ନାୟକ, ଭରତ ଚନ୍ଦ୍ର ସ୍ୱାଇଁ ଗାଲେଖ ଚନ୍ଦ୍ର ବିଶ୍ୱାଳ, ସୁବାଷ ନାୟକ, ଅକ୍ଷୟ ସାହୁ, କୈଳାଶ ପ୍ରଧାନ,ସଞ୍ଜୟ ମଲିକ,କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ରାଉତ ,ପି ଇ ଓ ଅଲେଖ ପ୍ରଧାନ ,ଜି ଆର ଏସ ବ୍ରଜ କିଶୋର ଜେନା ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯକାରୀ ହୋଇଥିବା ପ୍ରକଳ୍ପ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲ । କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନା ସମ୍ପର୍କ ଜନସଚେତନତା ସୃଷ୍ଟି କରିଥିଲେ । ଶେଷରେ ପିଇଓ ଅଲେଖ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦିହୁଡିପୁର ପଂଚାୟତର ବହୁ ସଂଖ୍ୟକ ମହିଳା ପୁରୁଷ ଓ ଯୁବକ ମାନେ ଯୋଗ ଦେଇଥିଲେ ।

