ନୂତନ ଇନରିଚ ପ୍ଲେ ପବ୍ଲିକ ସ୍କୁଲ ଉଦ୍‌ଘାଟିତ


କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡା ସହର ଉପଖଣ୍ଡ ଗରାପୁର ଠାରେ ନୂତନ ଇଂଗ୍ରାଜୀ ପ୍ଲେ ସ୍କୁଲ ଇନରିଚ ପବ୍ଲିକ ସ୍କୁଲ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରାପଡାର ପୌରପରିଷଦର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଓ କେନ୍ଦ୍ରାପଡା ସ୍ୱୟଂଶାଶିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଏସକେ ସମସୁର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଫିତାକାଟି ଉଦ୍‌ଘାଟିତ କରି କହିଥିଲେ ଯେ ଜଣେ ମା ଯେପରି ଶିଶୁଟିକୁ ଯତ୍ନ କରି ଭଲ ମଣିଷ କରାଏ ସେହିପରି ଏହି ସ୍କୁଲରେ ଅଧ୍ୟୟନ କରୁଥିବା ଶିଶୁମାନଙ୍କର ଦାୟିତ୍ୱ ହେଉଛି ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କର । ତେଣୁ ଶିଶୁମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷା କରିବା ଗୁରୁ ଦାୟିତ୍ୱ । ଏହି ଦାୟିତ୍ୱ ଏହି ଇନରିଚ ସ୍କୁଲରେ ହୋଇପାରିବ ବୋଲି ଆଶା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କପାଳେଶ୍ୱରର ସରପଞ୍ଚ କଳ୍ପନା ମହାନ୍ତି, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ପାତ୍ର ଓ ସେହି ଗ୍ରାମର ମେଧାବୀ ତବସୁମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ସ୍କୁଲର ପ୍ରତିଷ୍ଠାତା ଆୟେଶା ବାନୁ ସଭାପତିତ୍ୱ କରି କହିଥିଲେ ଯେ ଏହି ସ୍କୁଲରେ ଶିଶୁମାନଙ୍କ ମଧ୍ୟରେ ଆଧୁନିକ ଉପାୟରେ ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟିକରିବା ଏହାର ମୁଳ ଲକ୍ଷ୍ୟ । ଏହି ସ୍କୁଲରେ ସମସ୍ତ ପ୍ରକାରର ଖେଳ ସାମଗ୍ରୀ ଓ ଡିଜିଟାଲ ବୋର୍ଡ ରଖାଯାଇଛି । କିପରି ପିଲାମାଙ୍କ ସହିତ ଖେଳି ଖେଳି ପାଠ ପାଠପଢାଯିବ ତାହା ସୂଚାଇଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ ଏହି ବର୍ଷ ଯେଉଁ ପିଲା ପାଠ ପଢିବାକୁ ଚାହିଁବେ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ନାମଲେଖାଇ ପାରିବେ । ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯାଇପାରିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ । ଶେଷରେ ମହାବିଦ୍ୟାଳୟର ଶିକ୍ଷୟତ୍ରୀ ଦିପ୍ତିମୟୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


Next Post

ଆନ୍ତର୍ଜାତିକ ମାତୃଭାଷା ଦିବସରେ ବିଧାୟକ ଶଶିଭୂଷଣ ବେହେରାଙ୍କ ରଣ ହୁଙ୍କାର

Thu Feb 22 , 2024
କେନ୍ଦ୍ରାପଡା, ୨୨/୨: ଅନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲ୍‌ରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଡ. ବାସୁଦେବ ଦାସଙ୍କ ପୌରହିତ୍ୟରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା ବିକାଶ ସମିତି ଆହ୍ୱାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କହିଲେ ଯେ, ମାତୃଭାଷା ଆମର ଜୀବନ ଜୀବିକାର ଭାଷା ହେବା […]

KANIKA