ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଲୋକପ୍ରିୟ ବରିଷ୍ଠ ଆଇନଜୀବୀଙ୍କ ତୈଳଚିତ୍ର ଉନ୍ମୋଚିତ

ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଲୋକପ୍ରିୟ ବରିଷ୍ଠ ଆଇନଜୀବୀଙ୍କ ତୈଳଚିତ୍ର ଉନ୍ମୋଚିତ

କେନ୍ଦ୍ରାପଡ଼ା, ୧୪ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପାଠାଗାର ପରିସରରେ ଦୁଇ ଲୋକପ୍ରିୟ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତି ଓ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଓକିଲ ସଙ୍ଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଦୈାରାଜଜ ବିଶ୍ୱଜିତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକପ୍ରିୟ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତି ଓ କେନ୍ଦ୍ରାପଡାର ବରିଷ୍ଠ ଆଇନଜୀବୀ ଭାଗବତ ପ୍ରସାଦ ମହାନ୍ତିଙ୍କ ତୈଳଚିତ୍ରକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଦାଲତର ସମସ୍ତ ନ୍ୟାୟାଧୀଶ ଉପସ୍ଥିତ ରହି ଉଭୟ ବରିଷ୍ଠ ଆଇନଜୀବୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କ଼ରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଉଭୟ ବରିଷ୍ଠ ଆଇନଜୀବୀ ଜିଲ୍ଲା ଓକିଲ ସଙ୍ଘକୁ ବହୁ ଉପାଦେୟ ଆଇନ ପୁସ୍ତକ ଦାନ କରିଛନ୍ତି । ସଙ୍ଘର ସାଧାରଣ ସମ୍ପାଦକ ଧନୁର୍ଜୟ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରଭାତ କୁମାର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ ଦୟାଶଙ୍କର ଦ୍ୱିବେଦୀ, ପବିତ୍ର କୁମାର ପରିଡା, ମମତାମୟୀ ସାମଲ, ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଜେନ୍ଦ୍ର ମହାନ୍ତିଙ୍କ ପୁତ୍ର ଜୟନ୍ତ ମହାନ୍ତି ଓ ପୁତୁରା ତଥା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ସମେତ ଜିଲ୍ଲା ଓକିଲ ସଙ୍ଘର ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ ।