ନିଖୋଜ ଯୁବକର ମୃତ ଶବ ଉଦ୍ଧାର


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର-ଜଗନ୍ନାଥପୁର ନିକଟ ବ୍ରାହ୍ମଣୀ ନଦୀରେ ଶୁକ୍ରବାର ଦିନ ୧୦ଟା ବେଳେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଚଉଦକୁଲାଟ ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିଥିଲେ । ଏହି ଶବଟି ଇନ୍ଦୁପୁର ଧୂମାତ ଗ୍ରାମର ବାବନ ଚରଣ ସାହୁ ବୋଲି ଜଣାପଡିଛି ।
ବାବନ ଗତ ୧୯ ତାରିଖ ଦିନ ପାଳକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ତାଙ୍କ ସାନପୁଅ ଶିବ ପ୍ରସାଦ ସାହୁ ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ନିଖୋଜ ବାବନଙ୍କର କୌଣସି ସନ୍ଧାନ ମିଳିନଥିଲା । ନିଖୋଜ ଘଟଣାର ୪ଦିନ ପରେ ନୀଳକଣ୍ଠପୁର ଜଗନ୍ନାଥପୁର ନିକଟ ବାଲିଘାଟରୁ ବାବନଙ୍କ ମୃତ ଶବଟିକୁ ଉଦ୍ଧାର କରାଯାଇଛି । ଅଭିଯୋଗ ଆଧାରରେ ନିକିରାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି ନୀଳକଣ୍ଠପୁର-ଜଗନ୍ନାଥପୁର ନିକଟ ବ୍ରାହ୍ମଣୀ ନଦୀରେ ନିକଟରେ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୋଲିସକୁ ଜଣାଇଥିଲେ ।ପରେ ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଫାଣ୍ଡି ପୋଲିସ ଅନୁଧ୍ୟାନ ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବା ପରେ ଶବ ଚିହ୍ନଟ କରାଯାଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।


Next Post

ଇନଡୋର ଷ୍ଟାଡିୟମ ଉଦଘାଟନୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସୁଚନା ନାହିଁ, ତ୍ରୁଟି ଲୁଚାଇବା ପାଇଁ ଗଣମାଧ୍ୟମକୁ ଦୂରେଇ ରଖାଯାଉଛି

Fri Feb 23 , 2024
ସରକାରୀ କାର୍ଯ୍ୟକ୍ରମକୁ ଲୋକ ଲୋଚନକୁ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । ସରକାରୀ କର୍ମଚାରୀ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ ସର୍ବସାଧାରଣ ଜାଣିବା ଆବଶ୍ୟକ ରହିଛି । ଏସବୁକୁ ସମସ୍ତଙ୍କ ନିକଟରେ ଗଣମାଧ୍ୟମ ହି ପହଂଚାଇଥାଏ । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରାଜ୍ୟ ସରକାରଙ୍କ ଅନେକ ପ୍ରକାରର ଯୋଜନାର ସଫଳ ରୁପାୟନ ପାଇଁ ସରକାରୀ ପାଣ୍ଠି ବ୍ୟୟ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ […]

You May Like