ଭରତପୁର ଗ୍ରାମରେ ପାଗଳା ମାଙ୍କଡ ଆକ୍ରମଣରେ ୧୮ ଆହତ ବନ ବିଭାଗକୁ ବାରମ୍ବାର ଅଭିଯୋଗ ପରେବି ଫଳ ଶୂନ


କେନ୍ଦ୍ରାପଡ଼ା,୨୪ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଗତ ସୋମବାର ଠାରୁ ଏକ ପାଗଳା ମାଙ୍କଡ ଆକ୍ରମଣରେ ୧୮ରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ             ଓ ଯୁବକମାନେ ଗୁରୁତ୍ତର ଭାବେ ଆହତ ହୋଇ ଲହୁଲୁହାଣ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମ୍ପର୍କରେ ସ୍ଥାନୀୟ ବନ ବିଭାଗରେ ଅଭିଯୋଗ ହୋଇ ଆସୁଛି । ଏସମ୍ପର୍କରେ ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗର କର୍ମଚାରୀ ଲୋକ ଦେଖାଣିଆ ଭାବେ ଗତ ଗୁରୁବାର ଥରକ ପାଇଁ ଆସି ସେହି ପାଗଳା ମାଙ୍କଡ ଟିକୁ ନଧରି ଫେରିଯାଇଥିବା ଜଣାପଡିଛି । ଗ୍ରାମବାସୀମାନେ ସମ୍ମିଳତ ଭାବେ ବନ ବିଭାଗ କର୍ମଚାରୀଙ୍କୁ ମାଙ୍କଡ ଟିକୁ ଧରିବାରେ ସହଯୋଗ କରିଥିଲବେି ବନ ବିଭାଗ ମାଙ୍କଡକୁ ନଧରି ଫେରି ଯାଇଥିଲେ । ତା ପରେ ମାଙ୍କଡଟି ଭରତପୁର ଗ୍ରାମ ରାସ୍ତାରେ ଯାଉଥିବା ମହିଳା, ପୁରୁଷ ଓ ଯୁବକ/ଯୁବତୀମାନଙ୍କୁ ବାରମ୍ବାର ଆକ୍ରମଣ କରି କାମୁଡି ଲହୁଲୁହାଣ କରିଦେଇଛି । ଗ୍ରାମର ଲୋକମାନେ ଘରୁ ରାସ୍ତା ଉପରକୁ ବାହାରିବାକୁ ଭୟ କରୁଛନ୍ତି । ଏଭଳି ପରିସ୍ଥିତିରେ ବନ ବିଭାଗ ଚୁପ ହୋଇ ବସି ପଡିବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ସ୍ଥାନୀୟ ଜଙ୍ଗଲ ବିଭାଗରେ ବାରମ୍ବାର ଅଭିଯୋଗ ପରେବି ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି ।

 


Next Post

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୩୭ତମ ପ୍ରତିଷ୍ଠା ଦିବସ

Sun Feb 25 , 2024
କେନ୍ଦ୍ରାପଡ଼ା,୨୪ା୨ : କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ୩୭ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦ ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ଏହି ଦିବସର ତାତ୍ପର୍ଯ୍ୟ, ପ୍ରତିଷ୍ଠାତା ବ୍ୟକ୍ତିମାନଙ୍କର ବ୍ୟାଙ୍କ ଗଠନରେ ପ୍ରମୁଖ ଭୂମିକା […]

KANIKA