ତୈଳିକ ବୈଶ୍ୟ ସମାଜର ଆରାଧ୍ୟ ମଦନମୋହନଜୀଉଙ୍କ ବାର୍ଷିକୋତ୍ସବ


କେନ୍ଦ୍ରାପଡ଼ା, ୨୪ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗରସ୍ଥିତ ତୈଳିକ ବୈଶ୍ୟ ସାମାଜର ଆରାଧ୍ୟ ମଦନମୋହନଜୀଉଙ୍କ ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭକ୍ତମାନଙ୍କ ଦ୍ୱାରା କଳସ ଆଣାଯାଇ ଘଟ ସ୍ଥାପନ ସହ ଶୁଭାଧିବାସ କରାଯାଇଥିଲା । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ କରାଯିବା ସହ ରାତ୍ରିରେ ଅଗ୍ନି ଉତ୍ସବ ପାଳନ କରାଯାଇଥିଲା । ମାଘ ପୂର୍ଣ୍ଣିମା ଅବସରରେ ଅହୋରାତ୍ର ନାମଯଜ୍ଞରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ନାମସଂକୀର୍ତ୍ତନ ପରିବେଷଣ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ତୈଳିକ ବୈଶ୍ୟ ସମାଜର ବହୁ ସଦସ୍ୟ ଓ ଆଖପାଖ ଅଞ୍ଚଳରୁ ଭକ୍ତମାନେ ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାପରେ ନଗର ଓ କୀର୍ତ୍ତନ କରାଯାଇ ଉତ୍ସବର ସମାପ୍ତ ହୋଇଥିଲା । ସଭାପତି ଭରତ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, କୁମାରେଶ ସାହୁ, ମୃତ୍ୟୁଞ୍ଜୟ ସାହୁ, ସରୋଜ କୁମାର ସାହୁ, ଦେବାଶିଷ କୁବେର, ଚିତ୍ତରଞ୍ଜନ ପୃଷ୍ଟି, କୁଳମଣି ନାୟକ, ଗଣେଶ ପ୍ରସାଦ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ସୁଜାନଗର, ଗୁଲନଗର ଗ୍ରାମର ଗ୍ରାମବାସୀମାନେ ଯୋଗଦେଇ ସହଯୋଗ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୂତି

Sun Feb 25 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଣିକ ସଂଘ ଆନୁକୂଲ୍ୟରେ ଦୀର୍ଘ ୭୫ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏ ଅଂଚଳର ଅନ୍ୟତମ ଗଣପର୍ବ ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ୯ଦିନ ବ୍ୟାପି ଆୟୋଜିତ ହୋଇ ୨୪ ତାରିଖ ଅଗ୍ନି ପୂର୍ଣ୍ଣିମା ଅବସରରେ ପୂର୍ଣ୍ଣାହୂତି ଦିଆଯାଇ ଉଦଯାପନ କରାଯାଇଛି । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ […]

KANIKA