ଗଣ୍ଡକୂଳରେ ରାଜ୍ୟସ୍ତରୀୟ ନିଗମାନନ୍ଦ ଭକ୍ତ ସମ୍ମିଳନୀ ଉଦଯାପିତ



ଗଣ୍ଡକୁଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ଗତ ୨୩,୨୪,୨୫ ତାରିଖ ତିନି ଦିନ ଧରି ଆୟୋଜିତ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଉଦଯାପିତ ହୋଇଯାଇଛି | ଗଣ୍ଡକୁଳ ଜୟ ଗୁରୁ ଆଶ୍ରମ ସମ୍ମୁଖ ପଡିଆରେ ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ସାରସ୍ୱତ ସଂଘ ସଭାପତି ଗଗନେନ୍ଦ୍ର ମହାପାତ୍ର, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ଦୂର୍ଗା ଚରଣ ଭାଇ,ବରିଷ୍ଠ କର୍ମକର୍ତ୍ତା ସରୋଜ ବିଶ୍ୱାଳ (ବାବୁ ), ଅକ୍ଷୟ ମହାନ୍ତି, କଳ୍ପତରୁ ସେନାପତି ସୁଧୀର ଲେଙ୍କା, ବସନ୍ତ ସ୍ୱାଇଁ ପ୍ରମୁଖ ସାରସ୍ୱତ ସଂଘର କର୍ମକର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ରାଜ୍ୟ ସ୍ତରୀୟ ସମ୍ମିଳନୀର ପ୍ରଥମ ଦିବସର ଉଦଘାଟନୀ ସମାରୋହରେ ସ୍ୱାମୀ ଜିତେନ୍ଦ୍ରିୟାନନ୍ଦ ସରସ୍ବତୀ ମହାରାଜ,ପୁରୀ ହରିହରାନନ୍ଦ ଗୁରୁକୁଳମ ଅଧକ୍ଷ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ,ଶ୍ରୀମଦ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ,ପଣ୍ଡିତ ଗୋବିନ୍ଦ ଶର୍ମାଜୀ, କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା ଓ ଆସାମ ବାଙ୍ଗୀୟ ସାରସ୍ୱତ ମଠ ସଚିବ ନିରଞ୍ଜନ ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଆଦର୍ଶ ଗୃହସ୍ଥ ଜୀବନ, ସଂଘ ପ୍ରତିଷ୍ଠା ଓ ଭାବଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଭକ୍ତ ସମ୍ମିଳନୀ ସମ୍ମୁଖରେ ସୁଶୋଭିତ ବିଶାଳ ମଞ୍ଚ କରାଯାଇଥିଲା । ସନ୍ଧ୍ୟା ରେ ସୁଶୋଭିତ ରଥରେ ଜଗତଗୁରୁ ଠାକୁର ନିଗମାନନ୍ଦ ସରସ୍ବତୀ ଙ୍କୁ ଯଥାଵିଧି ପୂଜା ଅର୍ଚନା ପରେ ଗଣ୍ଡକୁଳ ଜୟଗୁରୁ ଆଶ୍ରମରୁ ସମ୍ମିଳନୀ ସଭା ମଞ୍ଚକୁ ନିଆଯାଇ ଭକ୍ତମାନଙ୍କ ଉଦେଶ୍ୟରେ ବିଜେ କରାଯାଇଥିଲା । ସନ୍ଧ୍ୟାରେ ଆୟୋଜିତ ସତସଙ୍ଗ ଓ ଭକ୍ତ ସମ୍ମିଳନୀ ସଭାରେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଜଗତଗୁରୁ ଠାକୁର ନିଗମାନନ୍ଦ ସରସ୍ବତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ବାଣୀକୁ ପାଳନ କରି ଜୀବନରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମିଳନୀର ଦ୍ୱିତୀୟ ଦିବସ ସନ୍ଧ୍ୟାରେ ପ୍ରଫେସର ଡ଼ ହରେକୃଷ୍ଣ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଜଗତଗୁରୁ ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ଭକ୍ତ ସମ୍ମିଳନୀ ଓ ସତସଙ୍ଗ ସଭା ରେ ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ରାମକୃଷ୍ଣ ଦାସମହାରାଜ, ରାଜ୍ୟ ଖାଦ୍ୟ ଯୋଗାଣମନ୍ତ୍ରୀ ଅତନୁ ସବ୍ୟସାଚି, କେନ୍ଦ୍ରାପଡ଼ା ପୂର୍ବତନ ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟିକା ଡା ସିପ୍ରା ମଲିକ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷ ମାନସ କୁମାର ପରିଡା, ପୂର୍ବତନ ବ୍ଲକ ଅଧକ୍ଷ ନିଶିକାନ୍ତ ପ୍ରଧାନ, ଡା କୃଷ୍ଣ କେଶବ ଷଢଙ୍ଗୀ,ପ୍ରବଚକ କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଜଗତଗୁରୁ ନିଗମାନନ୍ଦ ସରସ୍ୱତୀଙ୍କ ନୀତିବାଣୀ, ଆଦର୍ଶ ଗୃହସ୍ଥ ଜୀବନ ଚର୍ଯ୍ୟା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ସାରସ୍ୱତ ସଂଘ ସଭାପତି ଗଗନେନ୍ଦ୍ର ମହାପାତ୍ର, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ଦୂର୍ଗା ଚରଣ ଭାଇ,ବରିଷ୍ଠ କର୍ମକର୍ତ୍ତା ସରୋଜ ବିଶ୍ୱାଳ (ବାବୁ ), ଅକ୍ଷୟ ମହାନ୍ତି, କଳ୍ପତରୁ ସେନାପତି ସୁଧୀର ଲେଙ୍କା, ବସନ୍ତ ସ୍ୱାଇଁ ପ୍ରମୁଖ ସାରସ୍ୱତ ସଂଘର କର୍ମକର୍ତ୍ତାମାନେ ମଂଚାସୀନ ହୋଇ ଗୁରୁଙ୍କ ବାଣୀ ପ୍ରଚାର କରିଥିଲେ । ତୃତୀୟ ତଥା ଉଦଯାପନୀ ଦିବସରେ ଠାକୁରପ୍ରାତଃ ଆଳତି, ପୂଜାର୍ଚନା ଓ ସତସଙ୍ଗ ପରେ ସମ୍ମିଳନୀ ଉଦଯାପିତ ହୋଇଥିଲା । ଜଗତଗୁରୁ ଠାକୁର ନିଗମାନନ୍ଦ ସରସ୍ବତୀଙ୍କ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ପାଇଁ ଗଣ୍ଡକୁଳ ଗାଁ ଉତ୍ସବ ମୁଖର ହୋଇପଡିଥିଲା । ଏଥିରେ ଓଡିଶା ତଥା ଓଡିଶା ବାହାରୁ ପ୍ରାୟ ୨୦ ହଜାର ଭକ୍ତ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସମ୍ମିଳନୀ କମିଟି ସଭାପତି ସମାଜସେଵୀ ନିରଞ୍ଜନ ପଟନାୟକଙ୍କ ନେତୃତ୍ୱରେ ସମ୍ପାଦକ ଚିତ୍ତରଞ୍ଜନ ବାରିକ,ଇଂ ଲିପୁ ଜେନା,ରମେଶ ନାୟକ, ଗଙ୍ଗାଧର ଦାସ, ଭାଗବତ ନାୟକ, ସୌମେନ୍ଦ୍ର ଦାସ, ଶଶିକାନ୍ତ ସ୍ଵାଇଁ, ବିବେକାନନ୍ଦ ପରିଡା, ଅକ୍ଷୟ ନାୟକ, ନିରାକାର ଖଟୁଆ, ବିଜୟ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ ।


Next Post

ଅପାସୋରା ସ୍ମୃତିକୁ ତାଜା କରିବାର ବଳିଷ୍ଠ ମାଧ୍ୟମ ସାଜିଛି ପୁରାତନ ବନ୍ଧୁମିଳନ ଉତ୍ସବ -ଦୀର୍ଘ ୪୭ ବର୍ଷ ପରେ ନିଛୁକ ବନ୍ଧୁତ୍ୱର ଝଲକ ନିକିରାଇ ମହାବୀର ହାଇସ୍କୁଲ ଛାତ୍ରୀଛାତ୍ର

Mon Feb 26 , 2024
ସମୟ ସୁଅରେ ଏବେ ସମସ୍ତେ ବ୍ୟସ୍ତ। କିଏ କର୍ମମୟ ଜୀବନର ଚାପରେ ତ ଆଉ କିଏ ପାରିବାରିକ ଜଞ୍ଜାଳରେ ବନ୍ଧା। ଇଚ୍ଛା ଥିଲେ ବି ଯେମିତି କାହା ପାଇଁ କାହା ପାଖରେ ସମୟ ନାହିଁ । ଏମିତିରେ ଏବେ ଅନେକଙ୍କ ପାଇଁ ସ୍କୁଲ୍‌ ଆଉ କଲେଜ ବେଳର ଅପାସୋରା ସ୍ମୃତିକୁ ତାଜା କରିବାର ବଳିଷ୍ଠ ମାଧ୍ୟମ ସାଜିଛି ପୁରାତନ ବନ୍ଧୁମିଳନ ଉତ୍ସବ । ହେଇ ଯେମିତି  ଦୀର୍ଘ ୪୭ ବର୍ଷ […]

You May Like