
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ପଂଚାୟତ ବଡପଡା ଗ୍ରାମର ପ୍ରସନ୍ନ ସାମଲଙ୍କ ଘରେ ଗତକାଲି ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ବଖରା ଚାଳଛପର ଘର, ଧାନ, ଚାଉଳ, ମୁଗ, ବିରି, ଲୁଗାପଟା, ସୁନା ରୁପା ଅଳଙ୍କାର, ଟିଭି, ଫ୍ୟାନ ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ବଡପଡା ସମବାୟ ସମିତି ନିର୍ଦେଶକ ଅଶୋକ ମଲିକ ପ୍ରମୁଖ ବିପନ୍ନ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସହାୟତା ପ୍ରଦାନ କରିଥିଲେ । ଅଗ୍ନିବିପନ୍ନ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।











