ଚେନ୍ନାଇରେ ପ୍ରବାସୀ ଓଡ଼ିଆ ପାଳିଲେ ମାତୃଭାଷା ଦିବସ


ଚେନ୍ନାଇରେ ଭାରତ ଭାରତୀ ପକ୍ଷରୁ ମାତୃଭାଷା ଦିବସ-୨୦୨୪ ମହା ସମାରହରେ ପାଳନ ହୋଇଯାଇଥିବା ବେଳେ ଦୀର୍ଘ ବର୍ଷ ହେବ ସେଠାରେ ରହୁଥିବା ପ୍ରାବାସୀ ଓଡିଶା ବାସୀ ଏହି ମାତୃଭାଷା ଦିବାସକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି । ଏଥିନେଇ ଚେନ୍ନାଇରେ ବସବାସ କରୁଥିବା ଭାରତର ୨୨ ରାଜ୍ୟର ଲୋକେ ନିଜନିଜ ଭାଷାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ଓଡ଼ିଶାବାସୀଙ୍କ ଦ୍ୱାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବଡଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ଫମାଲ୍ୟ ଓ ପ୍ରଦୀପ ପ୍ରଜୋଳନ ପୂର୍ବକ ଜଗନ୍ନାଥଙ୍କ ବନ୍ଦନା ସହିତ ଓଡ଼ିଶାର କୁନିକୁନି ପିଲାମାନଙ୍କୁ ନେଇ ଓଡିଶୀ ନୃତ୍ୟ ଓ ପାରମ୍ପରିକ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଚେନ୍ନାଇରେ ରହୁଥିବା ଓଡିଶାର ଆଇଟି ଇଂଜିନିୟର ଗାୟତ୍ରୀ ଭୂପତିତ ଓ ତାମସା ରାଉତଙ୍କ କାର୍ଯ୍ୟକ୍ରମ ପରିଚାଳନା କରି ଭାଷା ଏକ ନଦୀ ହେଲେ ଓଡିଆ ଭାଷା ହେଉଛି ଏକ ଉଛୁଳା ନଦୀ । ମାତୃଭାଷା ଦିବସ ପାଳନ ଅବସରରେ ପ୍ରବାସୀ ଓଡିଆଙ୍କ ତରଫରୁ ମାତୃଭାଷାର ପ୍ରଚାର ଓ ପ୍ରସାରରେ ଯୁବପିଢିର ଭୂମିକା ଗୁରୁତ୍ୱ । ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ନଳିନୀ କାନ୍ତ ମହାନ୍ତି, ଶିବଶଙ୍କର ନାୟକ ଓ ନିଲୁ ପ୍ରଧାନ ପରିଚାଳନା କରିଥିଲେ । ଚେନ୍ନାଇର କୋଣ ଅନୁକୋଣରେ ରହୁଥିବା ପ୍ରବାସୀ ଓଡ଼ିଆ ଅଂଶଗ୍ରହଣ କରି ଅତି ଆନନ୍ଦିତ ହୋଇଥିଲେ । ସେମାନଙ୍କ ମତରେ, ଓଡ଼ିଶା ବାହାରେ ସମଗ୍ର ବିଶ୍ୱରେ ଆମର ଏକମାତ୍ର ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାତୃଭାଷା ଓଡ଼ିଆ । ଉଭୟେ ଆମକୁ ଏଠାକୁ ଟାଣି ଆଣନ୍ତି । ଏହା ହିଁ ଆମକୁ ଏକାଠି କରାଇ ପାରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଓଡ଼ିଆମାନେ ଏକାଠି ହୋଇ ମାତୃଭାଷା ଦିବସ ପାଳନ କରିବା କୌଣସି ମହାର୍ଘ ସୁଯୋଗଠାରୁ କମ୍ ନୁହେଁ । ଏହି ଉତ୍ସବରେ ପିଲାରୁ ବୁଢ଼ା ସବୁ ବୟସର ଲୋକ ଯୋଗ ଦେଇଥିଲେ । ସମସ୍ତଙ୍କ ଭିତରେ ଥିଲା ଓଡ଼ିଆ ବୋଲି ନିଜକୁ ଗର୍ବିତ ମନେ କରିବାର ଏକ ନିଆରା ଅନୁଭବ । ଓଡ଼ିଆ ମାନଙ୍କ ଓଡ଼ିଶୀ ନୃତ୍ୟ ଚେନ୍ନାଇର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଲାଇ ଦେଇଥିଲା ।


Next Post

ଗଛରେ ପିଟି ହେଲା ବୋଲେରୋ: ୩ମୃତ ୪ଗୁରୁତ୍ତର

Mon Feb 26 , 2024
କେନ୍ଦ୍ରାପଡ଼ା,୨୬ା୨ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ହଳଦିଡିହ ଛକ ନିକଟରେ ଆୟବା ପଟୁ ଆସୁଥିବା ଏକ ବୋଲେରୋ ନଂ- ଓଡି-୦୫-ବିଏ- ୮୯୦୧ ଗାଡିଟି ରାସ୍ତା କଡରେ ଥିବା ଏକ ୟୁକାଲିପଟାସ ଗଛରେ ଜୋରରେ ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣ (କଳାକାର)ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆୟବା ଗ୍ରାମପଞ୍ଚାୟତର ନରଣପୁର ଗ୍ରାମରେ ଜାଗର ଓ ଯଜ୍ଞ […]

KANIKA