ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି



ପଟ୍ଟାମୁଣ୍ଡାଇ ୧୫.୭-ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଲାଗିରହିଥିବା ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଆଜି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ତାଲା ପକାଇ ଗଣ ଧାରଣାରେ ବସିଲେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ପାଠପଢା ବ୍ୟାହତ ହେଉଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ସଂଘ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ । ନିକଟରେ ହୋଇଥିବା ଶିକ୍ଷକ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଆବଶ୍ୟକ ମୁତାବକ ଶିକ୍ଷକ ପଦବୀ ପୂରଣ ହୋଇନଥିବା ପ୍ରତିବାଦରେ ଆଜି ୪ଟି ବିଦ୍ୟାଳୟର ଅଭିଭାବକ ଗଣ ଧାରଣାରେ ବସିଥିଲେ । ପଟ୍ଟାମୁଣ୍ଡାଇ ପୌରାଂଚଳସ୍ଥିତ ବାଲିପଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ପୋଖରୀଆପଡ଼ା ନୋଡାଲ ଉପ୍ରା ବିଦ୍ୟାଳୟର ୮ଟି ଶ୍ରେଣୀରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ପୁରୁଷ ପ୍ରଧାନ ଶିକ୍ଷକ ଦେବାକୁ ଦାବୀ କରିଛନ୍ତି ଅଭି ଭାବକ ସଂଘ । ଉଭୟ ସ୍କୁଲର ଅଭିଭାବକମାନେ କାଉନସିଲର ପ୍ରଶାନ୍ତ ବାରିକ ଓ ମୃତ୍ୟୁଞ୍ଜୟ ପାଢ଼ୀଙ୍କ ନେତୃତ୍ୱରେ ବିଇଓ ଅଫିସରେ ଧାରଣା ଦେଇଥିଲେ । ସେହିପରି ବଉଳାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ ଅନୁଯାୟୀ ଶିକ୍ଷକ ଯୋଗାଇ ଦେବାକୁ ଦାବୀ ହୋଇଛି । ଅନ୍ୟପକ୍ଷରେ ଶିକ୍ଷକ ବଦଳି କାଉନସିଲ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ପ୍ରକାଶ କରିଛନ୍ତି ଅଭି ଭାବକ ସଙ୍ଘ । ଧାରଣାକାରୀଙ୍କ ନିକଟରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ ପହଁଚି ଶିକ୍ଷକ ବଦଳି ପାଇଁ କାଉନ ସିଲିଂ ପ୍ରକ୍ରିୟା ଜାରି ରହିଛି ଓ ବିଭିନ୍ନ ସ୍କୁଲରେ ଖାଲି ପଡି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଆ ବଶ୍ୟକ ସ୍ଥଳେ ଶିକ୍ଷକ ଦିଆଯିବାକୁ ବିଇଓ ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଛି ।


Next Post

୨୦୨୪ ପୂର୍ବରୁ ମଦ ବିରୋଧୀ ଆନ୍ଦୋଳନ ଚୂଡାନ୍ତ ରୂପ ନେବ , ନିଶା ନିବାରଣ ଅଭିଯାନର ଜିଲ୍ଲା ବୈଠକରେ ନିଷ୍ପତ୍ତି

Sun Jul 16 , 2023
କେନ୍ଦ୍ରାପଡ଼ା,୧୬ା୭: ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ସଡକ ଦୁର୍ଘଟଣା ଜନିତ ଜୀବନ ହାନୀ ଓ ଅନେକ ସାମାଜିକ ସମସ୍ୟା ବହୁ ପରିମାଣରେ ବଢି ଚାଲିଥିବା ବେଳେ ଏସବୁର ମୂଳ କାରଣ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପରିବର୍ତ୍ତେ ସରକାର ନିଶା ପ୍ରସାରକୁ ନିଜର ନୀତି ଭାବରେ ଗ୍ରହଣ କରି ପ୍ରତିବର୍ଷ ଅଧିକରୁ ଅଧିକ ମଦ ଦୋକାନ ଖୋଲି ଚାଲିଛନ୍ତି ଏବଂ […]

You May Like