କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ପୁରାତନ ଛାତ୍ର ଛାତ୍ରୀମାନଙ୍କଠାରୁ ଆର୍ôଥକ ସହଯୋଗ, ସାଧାରଣ ପରିଷଦ ବୈଠକ ଡାକିବା ଓ କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପଟ୍ଟାମୁଣ୍ଡାଇ କଲେଜ ନାକ କୋଡିନେଟର ଡ଼ ସୁନୀଲ କୁମାର ପ୍ରଧାନ, ଉପଦେଷ୍ଟା ପ୍ରଫେସର ଚନ୍ଦ୍ରାବତୀ ସ୍ୱାଇଁ, ଉପସଭାପତି ରାଜେନ୍ଦ୍ର ଦାଶ, ପତିତପାବନ ଭଦ୍ର, ଚିତରଞ୍ଜନ ମଲ୍ଲିକ, ଶିକ୍ଷାବିତ ମୃତୁଞ୍ଜୟ ମଲ୍ଲିକ, ଗୁରୁ ପ୍ରସନ୍ନ ସାହୁ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଆସନ୍ତା ୨୪ ତାରିଖରେ ପଟ୍ଟାମୁଣ୍ଡାଇ କଲେଜ ଆଲମ୍ୟୁନି ଆସୋସିଏସନର ସାଧାରଣ ପରିଷଦ ବୈଠକ ଆହ୍ୱାନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା ।
kanikanews.in
Next Post
ପଟ୍ଟାମୁଣ୍ଡାଇ ବ୍ଲକରେ ବି ଏସ କେ ୱାଇ ନବୀନ କାର୍ଡ ବଂଟନ
Sat Mar 9 , 2024
ଓଡିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତନ ସାରା ଭାରତରେ ଉଦାହରଣ ସୃଷ୍ଟି କରିଛି । ୧୨୮ ଆମ ହସ୍ପିଟାଲ ରୂପାନ୍ତକରଣ ସହ ୧୨ ମେଡିକାଲ କଲେଜ ପ୍ରତିଷ୍ଠା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଂଟ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡରୁ ବଂଚିତ ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ନବୀନ କାର୍ଡ ଯୋଗାଇ ଗରିବ ଲୋକମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ୬୮୧ଟି ବଡ଼ ବଡ଼ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

You May Like
- 8 months ago
ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ରାଜ୍ୟ ଆଲୋଚନାଚକ୍ର