ପଟ୍ଟାମୁଣ୍ଡାଇରେ କଂଗ୍ରେସକୁ ସଶକ୍ତ କରିବା ପାଇଁ ନେତାଙ୍କ ବୈଠକ



କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ନିଜର ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହେବା ପରେ ପଟ୍ଟାମୁଣ୍ଡାଇ କଂଗ୍ରେସରେ ନେତୃତ୍ୱ ସଂକଟ ସୃଷ୍ଟି ହୋଇଛି । ପି ସି ସି ସଭାପତି ଶରତ ପଟନାୟକଙ୍କ ନିର୍ଦେଶରେ କଂଗ୍ରେସର ପୁରୁଣା ବରିଷ୍ଠ ନେତାମାନେ ଏକାଠି ହୋଇ କଂଗ୍ରେସ ସଂଗଠନକୁ ସଜାଡ଼ିବା ଆରମ୍ଭ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ପୁରୁଣା କଂଗ୍ରେସ ନେତାମାନେ ଏକ ବୈଠକ କରିଥିଲେ । ଏଥିରେ ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ ମଳୟ ଦାସ,ପ୍ରାକ୍ତନ ପି ସି ସି ସଭ୍ୟ ରମାକାନ୍ତ ଦାଶ, ପୂର୍ବତନ ପି ସି ସି ସମ୍ପାଦକ ଚିନ୍ମୟ ଦାସ,ବଳିଷ୍ଠ ଯୁବନେତୃତ୍ୱ ପ୍ରଶାନ୍ତ ରାଉତ, ବରିଷ୍ଠ ନେତା ମନୋରଞ୍ଜନ ରାଉତରାୟ,କେନ୍ଦ୍ରାପଡ଼ା ଲୋକସଭା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସତ୍ୟପ୍ରିୟ ସାମଲ, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ,ଜିଲ୍ଲା ଅନୁସୂଚିତ ଜାତି ସେଲ ସଭାପତି ସର୍ବେଶ୍ୱର ସେଠୀ ଜିଲ୍ଲା ମହିଳା କଂଗ୍ରେସ ପ୍ରାକ୍ତନ ସଭାନେତ୍ରୀ ଚୌଧୁରୀ ସ୍ନେହଲତା ରାୟ,ଧନେଶ୍ୱର ଦାସ, କାଉନସିଲର ସମ୍ରାଟ ଜେନା, ପୂର୍ବତନ କାଉନସିଲର ତପନ ପାତ୍ର, ପୁରୁଷୋତ୍ତମ ବାଇ, ଶରତ ଷଢଙ୍ଗୀ,ସୁନାକର ଦାଶ,ପ୍ରଭାତ ସେଠୀ, ରବି ନାରାୟଣ ଦାଶ, ବୈଷ୍ଣବ ବାଇ,ଗଣେଶ ସାହୁ, ତ୍ରିଲୋଚନ ଦଳେଇ,ପ୍ରକାଶ ମହାନ୍ତି, ଅଭୟ ସେଠୀ,ଅନାମ ମହାନ୍ତି, ଅଶ୍ୱିନୀ ପାତ୍ର,ରଞ୍ଜନ ଦାସ, ମହେଶ୍ୱର ନାୟକ, ମଞ୍ଜିତ ସାହୁ, ବାବୁରାମ ମଲିକ ରାଜକିଶୋର ବେହେରା, ବଂଶୀଧର ସେଠୀ, ରବୀନ୍ଦ୍ର ଦାଶ,ଅଶୋକ ବେହେରା ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମକର୍ତ୍ତା ଯୋଗ ଦେଇ ଆଗାମୀ ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଶପଥ ନେବା ସହିତ ରାଜନଗର ବିଧାନସଭା ଆସନରୁ ଯିଏ କଂଗ୍ରେସ ପ୍ରାର୍ଥୀ ହେବ ସମସ୍ତେ ତାକୁ ସହଯୋଗ କରି ବିଜୟୀ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ଗୃହ ଉଦଘାଟିତ

Wed Mar 13 , 2024
ଓଡିଶା ପ୍ରଗତିର ସାରଥୀ ମହିଳାମାନଙ୍କୁ ପ୍ରତି କ୍ଷେତ୍ରରେ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରତି ବ୍ଲକରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ମଂଜୁର କରିଛନ୍ତି ବୋଲି ଆଜି ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ ବ୍ଲକର ନବ ନିର୍ମିତ ମିଶନଶକ୍ତି ଗୃହକୁ ଉଦଘାଟନ କରି ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଓ ରାଜନଗର […]

You May Like