ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ଗୃହ ଉଦଘାଟିତ



ଓଡିଶା ପ୍ରଗତିର ସାରଥୀ ମହିଳାମାନଙ୍କୁ ପ୍ରତି କ୍ଷେତ୍ରରେ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରତି ବ୍ଲକରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ମଂଜୁର କରିଛନ୍ତି ବୋଲି ଆଜି ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ ବ୍ଲକର ନବ ନିର୍ମିତ ମିଶନଶକ୍ତି ଗୃହକୁ ଉଦଘାଟନ କରି ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସମ୍ମାନିତଅତିଥି ଭାବେ ଯୋଗ ଦେଇ ମିଶନଶକ୍ତି ଓଡିଶାର ଅସଲ ଶକ୍ତି ହୋଇଥିବାରୁ ମହିଳା ଏସ ଏସ ଜିଙ୍କ ବିଭିନ୍ନ କାର୍ଯ୍ୟରେ ସହାୟତା ପାଇଁ ମିଶନଶକ୍ତି ଗୃହ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବିଡିଓ ଶୁଭ୍ରାଂଶୁ ସାହୁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜଶ୍ରୀ ବେହେରା ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ସ୍ୱାଗତଭାଷଣ ଓ ସୁମିତ୍ରା ବିଶ୍ୱାଳ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଭିଲିପ୍ସା ମଲ୍ଲ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମିଶନଶକ୍ତି ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ, ସମ୍ପାଦିକା ନିର୍ମଳା ନନ୍ଦ, ପ୍ରମିଳା ଜେନା, ପ୍ରଭାତ ଜେନା ପରିଚାଳନା କରିଥିଲେ । ଏହି ଉତ୍ସବରେ ବହୁ ଏସ ଏସ ଜି ଗ୍ରୁପ ସଦସ୍ୟା ଯୋଗ ଦେଇଥିଲେ ।


Next Post

ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅଂଶୁମାନ

Wed Mar 13 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇ ଦୋଷିଆ ପଂଚାୟତର ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ଘନିଷ୍ଠ ସହଯୋଗୀ ଦୁର୍ଯ୍ୟୋଧନ ରାଉତଙ୍କର ପରଲୋକ ହୋଇଯାଇଛି । ଦୋଷିଆ ସରପଞ୍ଚ ଭାବେ ପଂଚାୟତ ବିକାଶରେ ଦୁର୍ଯ୍ୟୋଧନଙ୍କ ଯଥେଷ୍ଟ ଅବଦାନ ଥିଲା । ଜଣେ ମିଷ୍ଠଭାଷା ଓ ମେଳାପୀ ବ୍ୟକ୍ତିତ୍ୱ ଭାବେ ଯଥେଷ୍ଟ ଲୋକପ୍ରିୟତା ଅର୍ଜନ କରିଥିଲେ। ଖବର ପାଇଁ ରାଜନଗର ପୂର୍ବତନ ବିଧାୟକ ତଥା ବିଜେଡି ଯୁବନେତା ଅଂଶୁମାନ ମହାନ୍ତି […]

You May Like