ବିଜେଡି-ବିଜେପି ମଧ୍ୟରେ କେବେଠୁ ମେଣ୍ଟ ହୋଇସାରିଛି : ଗଣେଶ୍ୱର ବେହେରା


ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ପ୍ରତିକ୍ରିୟା ଦେଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି, କହିଲେ, ମେଣ୍ଟ ହେଲେ ରାଜ୍ୟରେ ପ୍ରକୃତ ବିରୋଧୀ କିଏ ଜଣାପଡ଼ିବ । ଆଗରୁ ବିଜେପି-ବିଜେଡି ଭିତିରିଆ ମେଂଟ କେବେଠାରୁ କରିସାରିଛନ୍ତି । ଯଦି ମେଣ୍ଟକୁ ନେଇ ଘୋଷଣା ନ ହୁଏ, ତେବେ ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ ଲଢ଼ିବେ । ଅଘୋଷିତ ମେଣ୍ଟ ହେଲେ ଉଭୟ ଦଳ ପରସ୍ପରକୁ ଭିତିରିଆ ସହଯୋଗ କରିବେ । ମେଣ୍ଟର ପ୍ରଥମ ପ୍ଲାନ କାମ ନକଲେ ଦ୍ୱିତୀୟ ପ୍ଲାନରେ ଉଭୟ ଦଳ ଲଢ଼ିବେ ।

ଅନ୍ୟପଟେ, ଦିଲ୍ଲୀରୁ ଫେରିବା ପରେ ଭାଜପା ସଭାପତି ମନମୋହନ ସାମଲ ଗୁରୁବାର ମନମୋହନ କହିଛନ୍ତି, ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ଆଉ ଜିତିବ ମଧ୍ୟ । ଲୋକମାନଙ୍କ ଆଶୀର୍ବାଦ, ସ୍ନେହ, ଶୁଭେଚ୍ଛା ନେଇ ଭାଜପା ସରକାର ଗଢ଼ିବ । ତେବେ ମନମୋହନଙ୍କ ଏଭଳି କଥା ଏବେ ଦ୍ୱନ୍ଦରେ ପକାଇଦେଇଛି । ଏବେ ସମସ୍ତେ ଭାବୁଛନ୍ତି ମେଣ୍ଟ ହେବ କି ନାହିଁ ।


Next Post

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ନୂତନ ଗୃହର ଶିଳାନ୍ୟାସ

Thu Mar 14 , 2024
କେନ୍ଦ୍ରାପଡ଼ା, ୧୪ା୩: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ନୂତନ ଗୃହକୁ ଆଜି ଅପରାହ୍ନରେ କେନ୍ଦ୍ରାପଡା ବିଦାୟକ ଶଶିଭୂଷଣ ବେହେରା ଶିଳାନ୍ୟାସ କରିଅଛନ୍ତି । ଦୁହୁରିଆ ସ୍ଥିତ ଏକ ମହଲା ଗୃହ ଉପରେ ଆଉ ଏକ ମହଲା ଗୃହ ନିର୍ମାଣ ନିମନ୍ତେ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ୫-ଟି ସଚିବଙ୍କୁ ତାଙ୍କର କେନ୍ଦ୍ରାପଡା ଭ୍ରମଣ ସମୁୟରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦରଖାସ୍ତ ପ୍ରଦାନ କରାଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ଏହି ନୂତନ […]

KANIKA