ବୋଲବମ ଭକ୍ତଙ୍କ ମନ୍ଦିରରେ ଜଳାଭିଷେକ


ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାରା ରାଜ୍ୟର ବିଭିନ୍ନ ଅଂଚଳରେ ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଚାଲିଥାଏ । ବୋଲବମ ଭକ୍ତ ଶୁଦ୍ଧ ପୁତ ଭାବେ ନୂତନ ଗେରୁଆ ବସ୍ତ୍ର ପରିଧାନ କରିବା ସହିତ କାନ୍ଧରେ ପାଣି ଭରା କଳସୀ ଧରି ଶୋଭାଯାତ୍ରାରେ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଥାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଂଚଳରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଓ ବିଭିନ୍ନ ଶୈବ ପୀଠରେ ଜଳ ଓଭିଷେକ କରି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ମାନସିକ ପୂରଣ କରିଥାନ୍ତି । ଭଦ୍ରକ ଜିଲ୍ଲା ଆରଡ଼ି ଠାରେ ଥିବା ଆଖଣ୍ଡଳମଣି ମନ୍ଦିରରେ ଜଳାଭିଷେକ ପାଇଁ ବୋଲବମ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିରହିଛି । କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ତଥା ପଟ୍ଟାମୁଣ୍ଡାଇ ଅଂଚଳ ଚନ୍ଦନନଗରସ୍ଥ ଚନ୍ଦ୍ରମଉଳି ର ପ୍ରସିଦ୍ଧ ଶୈବପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳର ପ୍ରମୁଖ ଶୈବପୀଠ ହରପାର୍ବତୀମନ୍ଦିରରେ ଜଳାଭିଷେକ କରିବା ଦିବାରାତ୍ର ଭକ୍ତଙ୍କ ଭିଡ଼ ଲାଗିରହିଛି । ରାଜ୍ୟର ବିଭିନ୍ନ ଅଂଚଳରୁ ଶହ ଶହ ବୋଲବମ ଭକ୍ତପ୍ରଭୁ ଶୈବପୀଠ ଚନ୍ଦ୍ରମୌଳୀ ଓ ହରପାର୍ବତୀ ନିକଟରେ ଜଳାଭିଷେକ ପାଇଁ ଭିଡ଼ ଲଗାଇ ଥିବା ଦେଖିବାକୁ ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading