ନବୀନ ନିବାସରେ ପୁରୀ ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ନେତା ଏବଂ ବିଧାୟକଙ୍କ ବୈଠକ

ନବୀନ ନିବାସରେ ପୁରୀ ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ନେତା ଏବଂ ବିଧାୟକଙ୍କ ବୈଠକ

ସୋମବାର ନବୀନ ନିବାସରେ ପୁରୀ ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ନେତା ଏବଂ ବିଧାୟକ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ବୈଠକ ବସିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ, ଜୋରଦାର ଲଢେଇ ପାଇଁ  ସୋମବାର ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଡାକି ବିଜେଡି ସୁପ୍ରିମୋ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରିଛନ୍ତି । କେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ କେମିତି ରହିଛି କାହାର ସଂଗଠନ, କାହାର ଲୋକ ପ୍ରିୟତା କମିଛି, ସର୍ଭେ ରିପୋର୍ଟ କଣ କହୁଛି? ଏବାବଦରେ ବିଶେଷ ଭାବରେ ଆଲୋଚନା କରିଛନ୍ତି । ଜିଲ୍ଳାସ୍ତରରେ ସାଂଗଠନିକ କାମକୁ ତ୍ୱରାନ୍ୱିତ କରିବା ଉପରେ ଫୋକସ କରିଛି ବିଜେଡି । ଆଗାମୀ ମାସେ ପାଇଁ ସମ୍ପୂର୍ଣ୍ଣକାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତୃଣମୂଳସ୍ତରରେ ବିଜେଡିର ଶକ୍ତି ବୃଦ୍ଧି କରିବା ସହ ଜନସାଧାରଣଙ୍କ ଅଧିକ ନିକଟର ହେବାକୁ ରୋଡମ୍ୟାପ ପ୍ରସ୍ତୁତକରିଛି ଦଳ । ପୁରୀ ସଂସଦୀୟ କ୍ଷେତ୍ରରୁ ଅଭିଯାନ ଆରମ୍ଭ ହୋଇଥିଲା । ସବୁ ନିର୍ବାଚନ ମଣ୍ଡଳୀରେ ଶକ୍ତି ବୃଦ୍ଧି କରିବା ସହ ସାଂଗଠନିକ ପ୍ରକ୍ରିୟାକୁ ବଢ଼ାଇବା ପାଇଁ ଦଳ ଫୋକସ କରିଛି । ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡିର ସାଙ୍ଗଠନିକ ସ୍ଥିତି ଅଭିଯାନ ଆରମ୍ଭ ହୋଇଛି । ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡିର ସାଂଗଠନିକ ସ୍ଥିତିକୁ କିପରି ଅଧିକ ବୃଦ୍ଧି କରାଯିବ ଓ ଲୋକଙ୍କ ସହ ଅଧିକ ଯୋଡ଼ିହେବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପୁରୀ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ଅଧିକ ନିକଟର ହୋଇ ଏକ ମାସ ଭିତରେ ଖସଡ଼ା ପ୍ରସ୍ତୁତ କରିବାକୁ ଦଳୀୟ ନେତାଙ୍କ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ସଂସଦୀୟ କ୍ଷେତ୍ର ବୈଠଳରେ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା, ସାଂସଦ ଶୁଭାଶିଷ ଖୁଣ୍ଟିଆ, ପିପିଲିବିଧାୟକ ରୁଦ୍ର ପ୍ରତାପ ମହାରଥୀ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଜେଡ଼ି ନେତା ସୁନୀଲ ମହାନ୍ତି, ନୟାଗଡ଼ ବିଧାୟକ ଅରୁଣ ସାହୁ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ସାଂସଦ ମାନସ ମଙ୍ଗରାଜ, ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ନେତା କାର୍ତ୍ତକ ପାଣ୍ଡିଆନ ସାମିଲ ହୋଇ ଦଳର ସାଂଗଠନିକ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଆଗାମୀ ନିର୍ବାଚନରେ ବିଜେଡି ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ସୂତ୍ର ଅନୁସାରେ, ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ଦଳୀୟ ନେତାଙ୍କୁ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି । ଆଜିର ବୈଠକରେ ପୁରୀ ସଂସଦୀୟ ଆସନରୁ ଅରୂପ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ହେବେ ବୋଲି ବିଜେଡି ନେତୃତ୍ୱ ସବୁଜ ସଙ୍କେତ ଦେଇଛନ୍ତି । ଏହାଛଡ଼ା ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୟାଗଡ଼ ବିଧାନସଭା ଆସନରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ ଓ ପୁରୀରୁ ସୁନୀଲ ମହାନ୍ତି (ଦିବଂଗତ ମହେଶ୍ୱର ମହାନ୍ତିଙ୍କ ପୁଅ)ଙ୍କୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମ କରିବା ପାଇଁ ସଙ୍କେତ ଦିଆଯାଇଛି । ସେହିପରି ଆଜି ଅପରାହ୍ଣରେ ଆସନ୍ତା ନିର୍ବାଚନ ପ୍ରସ୍ତୁତି ନେଇ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସବୁ ବିଧାନସଭା ନିର୍ମବାଚନ ମଣ୍ଡଳୀର ନେତା ଓ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଧ୍ରୁବ ସାହୁ, ଶଶୀଭୂଷଣ ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି,  ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ପ୍ରଫୁଲ ମଲ୍ଲିକ, ବିଜେଡି ନେତା ଅରବିନ୍ଦ ମହାପାତ୍ର ଏଥିରେ ଯୋଗଦେଇଛନ୍ତି । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବରିଷ୍ଠ ବିଜେଡି ନେତା ଜନ୍ମଜେୟ ଲେଙ୍କା ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ ।