ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତା: କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ପ୍ରଥମ


କେନ୍ଦ୍ରାପଡ଼ା, ୧୯ା୩: ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତାରେ କେନ୍ଦ୍ରାପଡ଼ାସ୍ଥିତ ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଏନ୍‌.କେ. କୁନାଲ୍ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ମହିଳା ଓ ଶିଶୁବିକାଶ ବିଭାଗ ଏବଂ ଓଡିଶା ରାଜ୍ୟ ଶିଶୁକଲ୍ୟାଣ ପରିଷଦର ମିଳିତ ସହଯୋଗରେ ହୋଟେଲ ନିୟୁ ମାରିୟନରେ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବରେ ଓଡିଶା ରାଜ୍ୟ ଶିଶୁସୁରକ୍ଷା ଆୟୋଗର ପୂବର୍ତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ମେମ୍ବର ସେକ୍ରେଟାରୀ ଓ.ଏସ୍‌.ସି.ସି.ଡବୁ୍ଲ କ୍ୟୁମାର ସୁଲତାନା ବେଗମ୍‌, ଆଇ.ସି.ଡି.ଏସ୍‌. ନିଦ୍ଦେର୍ଶକ ମନୀଷା ବାନାର୍ଜୀ, ମହିଳା କମିଶନର ଅଧ୍ୟକ୍ଷା ମିନତୀ େବେହରା, ମହିଳା ଓ ଶିଶୁ ସୁରକ୍ଷା ଆୟୋଗର ଉପଦେଷ୍ଟା ସୁମିତ୍ରା ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଭାବେ ଏନ୍‌.କେ. କୁନାଲ୍‌ଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗୀତାରେ ଓଡିଶାର ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କର ଅଙ୍କିତ ଚିତ୍ରକୁ ବି.କେ. ଆର୍ଟ କଲେଜର ଅଧ୍ୟାପକମାନଙ୍କ ଦ୍ୱାରା ଚୟନ କରାଯାଇଥିଲା । ପୂବର୍ରୁ ସେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ବହୁବାର କୃତିତ୍ୱ ଅର୍ଜନ କରିଛନ୍ତି । କେନ୍ଦ୍ରାପଡ଼ା ମୀରପାଟଣାଠାରେ ଅବସ୍ଥିତ ଅରୋ ଚିତ୍ରକଳା ବିଦ୍ୟାଳୟରେ ଚିତ୍ରଗୁରୁ ଅଜୟ ପଣ୍ଡା ଓ ଶୁଭମ ମହାରଣାଙ୍କଠାରୁ ଚିତ୍ରଶିକ୍ଷା ଲାଭ କରୁଛନ୍ତି । କେନ୍ଦ୍ରାପଡ଼ା ସହର ନିକଟସ୍ଥ ଗରଜଙ୍ଗାର କାଳନ୍ଦି ମଲ୍ଲିକ ଓ ନଳିନୀ ମଲ୍ଲିକଙ୍କ ସୁପୁତ୍ର ଅଟନ୍ତି ।


Next Post

ହୃତଘାତରେ ଆଡଭୋକେଟ୍ ଶାରଦା ପ୍ରସାଦ ଦାସଙ୍କ ଦେହାନ୍ତ

Wed Mar 20 , 2024
କେନ୍ଦ୍ରାପଡା ୧୯/୩ – ଆଡଭୋକେଟ୍ ଶାରଦା ପ୍ରସାଦ ଦାସ(୬୪)ଙ୍କର ଗତକାଲି ରାତିରେ ହୃଦଘାତରେ ବିୟୋଗ ହୋଇଯାଇଛି । ନିଜେ ଜଣେ କଳା ସଂସ୍କୃତି ସମ୍ପନନୃତ୍ୟ ସଂଗୀତ ଅଭିନୟ ଦକ୍ଷତା ରଖୁଥିବା ବ୍ୟକ୍ତି ଥିଲେ । ସେ ସରସ୍ୱତୀ ଶିଶୁ ମନ୍ଦିରର ଆଠ ବର୍ଷ କାଳ ସାନ୍ତସାହି ପରିଚାଳନା ସମିତିର ସଭାପତି ଓ ତୁଳସୀ କଲଚରାଲ୍ ଆସୋସିଏସନ୍ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ । କୌଣସିରେ ବିଚଳିତ ନ ହୋଇ କାମ […]

KANIKA