ରିଲାଏନ୍ସ ପେଟ୍ରୋଲ ପମ୍ପର ବେଆଇନ କାରବାର ବିରୋଧରେ ଅଭିଯୋଗ



କେନ୍ଦ୍ରାପଡ଼ା, ୧୯ା୩: କେନ୍ଦ୍ରାପଡା ରିଲାଏନ୍ସ ପେଟ୍ରୋଲ ପମ୍ପର ବେଆଇନ ପେଟ୍ରୋଲ କାରବାର ବିରୋଧରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ବେସାମରିକ ଯୋଗାଣ ଅଧିକାରୀ ଓ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଗତ ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦର ୨ଟଙ୍କା କରି ହ୍ରାସ ପାଇଥିବା ବେଳେ ଦୁହୁରିଆ ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପ ଗତ ୭ତାରିଖରୁ ୧୪ତାରିଖ ମଧ୍ୟରେ ଏକଟଙ୍କା କମ୍ ଦରରେ ଗଛିତ ଥିବା ସମସ୍ତ ପେଟ୍ରୋଲ ଓ ଡିଜେଲକୁ ବିକ୍ରୀ କରିଦେଇଛନ୍ତି । ଭାରତ ସରକାରଙ୍କ ତେଲ ଦର ହ୍ରାସ ଜନିତ ଖବର କେଉଁଠୁ ଲିକ ହୋଇଥିବାରୁ ଏସମ୍ପର୍କରେ ଖବର ପାଇ ସଂପୃକ୍ତ ରିଲାଏନ୍ସ ପେଟ୍ରୋଲ ପମ୍ପ ମାଲିକ ଏଭଳି ନିୟମ ବିରୁଦ୍ଧ କାର୍ଯ୍ୟ କରିଛନ୍ତି । ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ଆଇନଜୀବୀ ଶ୍ରୀ ମହାପାତ୍ର ଅଭିଯୋଗ କରି ଏହା ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏସମ୍ପର୍କରେ ସଂପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ଯୋଗାଯୋଗ କରାଯାଇଥିଲେବି ସେ କୈାଣସି ଉତ୍ତର ଦେଇନାହାନ୍ତି ।


Next Post

ସିଂହଗାଁ କଂଗ୍ରେସ କର୍ମୀ ସମ୍ମିଳନୀ

Thu Mar 21 , 2024
କେନ୍ଦ୍ରାପଡା ବିଧାନସଭା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଞ୍ଚାୟତରେ ଏକ ନିର୍ବାଚନୀ ବୈଠକ ସିଂହଗାଁଠାରେ ପଞ୍ଚାୟତ ସଭାପତି ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ, ଆମେ ବିଧାନସଭା ଯିବା ଲକ୍ଷ୍ୟ ପୂରଣ ନେଇ ଆମକୁ ‘କର ବା ମର’ ଆହ୍ୱାନରେ ସମ୍ମୁଖୀନ । ସୁତରାଂ ଆମେ ସମସ୍ତେ ଏକାଠି ଲଢି ସିଂହଗାଁ ପଞ୍ଚାୟତରେ ମୋତେ […]

KANIKA