
ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ଭାଜପା ନେତୃତ୍ୱଙ୍କ ନିର୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରି ଦଳକୁ ଯଶସ୍ୱୀ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ୧୮ ନମ୍ୱର ଜୋନ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରରେ ଭାଜପା ଯୁବନେତା ଅଜୟ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଭାରତୀୟ ଜନତାପାଟିରେ ସାମିଲ ହୋଇଥିଲେ । ନୂତନ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ନେତା ଓ କର୍ମୀମାନେ ହେଲେ ଶରତ କୁମାର ବେହୁରା ତ୍ରିଲୋଚନ ମହାନ୍ତି କୈଳାସ କୁମାର ବିଶ୍ୱାଳ ସୁଲେଖ ବାରିକ୍ ମନୋଜ ଦଳେଇ କୁଞ୍ଜ ବିହାରି ବେହୁରା ଉମାକାନ୍ତ ନାୟକ ଗୋଲେଖ ବାରିକ୍ ରେବତି ପାତ୍ର ସୁଶାନ୍ତ କୁଣ୍ଡ ପରେଶ୍ୱର ଶୀୟ ଚନ୍ଦ୍ର ମଣି କୁଣ୍ଡ କାଶୀନାଥ ନାୟକ ପ୍ରମୁଖ ଯୋଗଦାନ ଫଳରେ ବଳଭଦ୍ରପୁର ପଂଚାୟତରେ ଭାରତୀୟ ଜନତାପାର୍ଟି ମଜଭୁତ ହୋଇଛି ।
