ଗ୍ରାମାଂଚଳରେ ବିପର୍ଯ୍ୟସ୍ତ ଆଲୋକିରଣ , ଲିଭିଲିଭି ଯାଉଛି ଷ୍ଟ୍ରିଟ୍ ଲାଇଟ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ଫେଲ୍ ମାରିଛି ସରକାରଙ୍କ ଆଲୋକିକରଣ ବ୍ୟବସ୍ଥା । ଗ୍ରାମାଂଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗେଇ ଠିକାସଂସ୍ଥା ମାଲେମାଲ ହୋଇଥିବାବେଳେ ନିମ୍ନମାନର ଏଲଇଡି ଓ ବିଦ୍ୟୁତ ସରଞ୍ଜାମ ଲଗା ହେବା କାରଣରୁ ଗ୍ରାମବାସୀ ଅନ୍ଧାରରେ ରାହୁଥିିବା ନେଇ ସାଧାରଣରେ ଅଭିଯୋଗ ହେଉଛି ।
ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳର ବିଭିନ୍ନ ପଂଚାୟତରେ ଆଲୋକିକରଣ ପାଇଁ ୨୦୨୧-୨୨ ଓ ୨୦୨୨-୨୩ ଆର୍ôଥକ ବର୍ଷରେ ଗାଁଗଣ୍ଡାରେ ରାସ୍ତା କଡରେ ବିଜୁଳିବତୀ ଲାଗାଇଭା ବାବଦରେ ଲକ୍ଷଲକ୍ଷଟଙ୍କା ଖର୍ଚ୍ଚ କରାଯାଇ ଆଲୋକିକରଣ କରାଗଲା । ପଂଚାୟତ ପାଣ୍ଠି ଗୁଡିକ ସିଧା ସଳଖ ପଂଚାୟତ ଖାତାକୁ ଆସୁଥିବା ବେଳେ ପଂଚାୟତ ତାର ନିଜସ୍ୱ ଅର୍ଥରେ ରାସ୍ତା ଘାଟ, ପାନିୟ ଜଳ, ବିଦ୍ୟୁତ ଖୁଂଟରେ ଲାଇଟ ଲଗାଇବା ଭଳି କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟକଲା । କେଉଁ କେଉଁ ପଂଚାୟତରେ ସୋଲାର ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲଗାଗଲା । ଗୋଟିଏ ଗୋଟିଏ ଗ୍ରାମରେ ୧୨/୧୫ଟି ଖୁଂଟରେ ଏଲଇଡି ଲାଇଟ ଲାଗିବା ସହିତ ଗ୍ରାମଗୁଡିକ ସହର ଭଲି ଚମକିଲା । ମାତ୍ର ଏବେ କେଉଁଠି କେଉଁଠି ଗୋଟିଏ ଦୁଇଟି ଜଳୁଛି ଅନ୍ୟ ସବୁ ବନ୍ଦ ହୋଇପଡିବାରୁ ଲାଇଟ ସହିତ ଖମ୍ବ ବି ଚୋରି ହୋଇଗଲାଣି । ଏପରିକି ଅନେକ ଖୁଂଟରୁ ଏଲଇଡି ଲାଇଟି ଖୋଲା ହୋଇ ଖୂଂଟ ପଡିଥିବା ଦେଖାଯାଇଛି ।
ସେହିପରି ବୁଦ୍ଧିଜିବୀ କ୍ôଷୀରୋଦ ମଲ୍ଲିକ, କହିଛନ୍ତି ପଂଚାୟତରାଜ ବ୍ୟବସ୍ଥାରେ ଗ୍ରାମପଂଚାୟତ ଗ୍ରାମ୍ୟ ସ୍ତରରେ ଗୋଟିଏ ଗ୍ରାମ ସଭା ରହିଛି ଗ୍ରାମ ପଂଚାୟତଗୁଡିକର ଗଠନ ଗ୍ରାମସଭାକୁ ବର୍ତମାନ ଗୋଟିଏ ଆଇନଗତ ସଂସ୍ଥାର ମାନ୍ୟତା ଦିଆଯାଇଛି । ମାତ୍ର ବିଭିନ୍ନ ପଂଚାୟତରେ ଗ୍ରାମସଭା କରାନଯାଇ ବର୍ଷ ବର୍ଷ ଧରି ବିଭିନ୍ନ ଉନ୍ନୟନ ମୂଳକ ଢଳେଇ କାର୍ଯ୍ୟର କାର୍ଯ୍ୟାଦେଶକୁ ବାତିଲ କରାଯାଇ ଆଲୋକି କରଣ କରାଯାଇଥିଲା । ଏହି ଲାଇଟ ଲଗା କାର୍ଯ୍ୟ ଗାଁଗଣ୍ଡାରେ ବିଦ୍ୟୁତ ବିଭାଗ ଖୁଂଟରେ ଏଲିଡ ଲାଇଟ ଲଗାଗଲା । ଯାହାକି ଗୋଟିଏ ଗୋଟିଏ ଏଲଇଡି ଲାଇଟ ୧୨ ଶହରୁ ୨ହଜାର ଟଙ୍କା ହୋଇଥିବା ବେଳେ ଗୋଟିଏ ଗୋଟିଏ ଲାଇଟ ପିଛା ପ୍ରାୟ ୧୦ ରୁ ୧୫ ହଜାର ଟଙ୍କା ଭଳି ବିଲ କରାଗଲା ଯାଇଥିବା ନେଇ ଗ୍ରାମର ଲୋକେ ଅଭିଯୋଗ ବ୍ଲକ ଆଗରେ ଧାରାଣା ମଧ୍ୟ ଦେଇଥିଲେ ।
ଯୁବନେତା ସୁଶାନ୍ତ ଦାସ କୁହନ୍ତି ଖଡିଅଂଟା ପଂଚାୟତ ଖଡିଅଂଟା ଗ୍ରାମର ରାସ୍ତା ଓ ଗ୍ରାମରେ ୨୦ରୁ ୨୫ ଟି ସୋଲାର ଲାଇଟ ଲଗା ଯାଇଥିଲା । ମାତ୍ର ଏବେ ସବୁ ଲାଇଟ ଚୋରି ହୋଇଯାଇଛି । ଏଥିନେଇ ବ୍ଲକ ପ୍ରଶାସନ ନା ସରପଂଚ କାହାରି ନିଘାନଥିବା ବେଳେ ଜଣେ କୁଜିନେତା ଘରେ ତାହା ରାଖାଯ୍‌ାଇଥିବା ଶୁଣା ଯାଉଛି । କେତେ ବଳେ ପୁଣି ସେହି ଲାଇଟ ଲଗାଇ ମିଛ ବିଲ କରିନେଉଥିବା ଶୁଣିବାକୁ ମିଳୁଛି । ଏଥିନେଇ ବିପୁଳ ପରିମାଣର ମୁନାଫା ସାଙ୍ଗକୁ ଠିକାଦାରୀ ଭାଗିଦାରୀ ପ୍ରତିଦ୍ୱନ୍ଦିତା ନଥିବାରୁ କାହାକୁ କିଛି ନଜଣାଇ ଏଭଳିକାର୍ଯ୍ୟ କରିଚାଲୁଛନ୍ତି । ଏବାବଦରେ ବ୍ଲକ ତଥ୍ୟ ମାଗିଲେ ଅଜିକାଲି କହିଚାଲୁଛନ୍ତି । ପୋଷ୍ଟାଲ ଆପିଓ ମିଳୁ ନଥିବାରୁ ଆଟିଆଇ ମାଗି ପାରୁନାହୁଁ ।
ସୁରେନ୍ଦ୍ର ପରିଡା କୁହନ୍ତି ପଂଚାୟତ ମାନଙ୍କରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ହୋଇ ପଡିରହିଥିବା ଅର୍ଥକୁ ଫେରାଇ ନେଇ ଏହି ଲାଇଟ ଲଗାଯିବା କାର୍ଯ୍ୟକ୍ରମ କରାଯାଇଥିଲା । ତେବେ ଧିରେଧିରେ ଗ୍ରାମାଂଚଳର ବିଜୁଳି ଖୁଂଟ ମାନଙ୍କରୁ ବିଜୁଳିବତୀ ଲିଭିଯାଇଛି । କେଉଁଠି କେଉଁଠି ଗୋଟିଏ ଅଧେ ଜଳୁଛିତ କେଉଁଠାରେ ମାସମାସଧରି ବନ୍ଦ ହୋଇ ପଡି ରହିଛି । ତେବେ ଆଲୋକିକରଣ ବ୍ୟବସ୍ଥା ପଟ୍ଟାମୁଣ୍ଡାଇ ବ୍ଲକ ଗ୍ରାମାଂଚଳରେ ଏବେ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସେ କହିଛନ୍ତି ।


Next Post

ତୁଳସୀକ୍ଷେତ୍ର ଇସି ମହାସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର , ଦାବି ପୁରଣ ନହେଲେ ଅନଶନ ସହ ଭୋଟ ବର୍ଜନ ନିଷ୍ପତ୍ତି

Fri Mar 22 , 2024
କେନ୍ଦ୍ରାପଡ଼ା,୨୨ା୩: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ପଞ୍ଚାୟତର ତୁଳସୀକ୍ଷେତ୍ର ଇସି ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟାମାନଙ୍କ ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପଞ୍ଚାୟତ ମହାସଂଘର ଏମ୍‌ବିକେ ଅଧିକାରୀଙ୍କ ବିଭିନ୍ନ ମନମୁଖୀ କାର୍ଯ୍ୟକଳାପ ବିଷୟରେ କାର୍ଯ୍ୟକାରିଣୀ ସଦସ୍ୟାମାନେ ବ୍ଲକ ଅଧିକାରିଣୀଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା ଅଧିକାରୀମାନଙ୍କ ପକ୍ଷରୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେଣୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ […]