ପଟ୍ଟାମୁଣ୍ଡାଇ ସହର ସାରା ବେସରକାରୀ ବିଜ୍ଞାପନ , ଆଦାୟ ହେଉନି ଟିକସ



ପଟ୍ଟାମୁଣ୍ଡାଇ ପୌରପରିଷଦ ବିନା ଅନୁମତିରେ ପୌରାଂଚଳରେ କୌଣସି ପୋଷ୍ଟର, ବ୍ୟାନର, ହୋଡିଂ ଆଦିରେ ବିଜ୍ଞାପନ ମାରିବା ଆଇନ ନଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳୀକାରେ ଏହାର ଖୋଲାଖୋଲି ଉଲଘଂନ ହେଉଥିବା ଦେଖିବାକୁ ମିଲୁଛି । ବେସରକାରୀ ବିଜ୍ଞାପନ ପୋଷ୍ଟର, ବ୍ୟାନର ସହରସାରା ମରାଯାଇଥିବା ବେଳେ ଏହାର ଟିକସ କିଏ ଅସୁଲ କରୁଛି ତାହାର ହିସାବ ପଟ୍ଟାମୁଣ୍ଡାଇ ପୌରପରିଷଦ କର୍ମଚାରୀଙ୍କ ପାଖରେ ନଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଯାହାକୁ ନେଇ ସାଧାରଣରେ ମତପ୍ରକାଶ ପାଉଛି ।
ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି ପଟ୍ଟାମୁଣ୍ଡାଇ ସହରରେ ଆଜି କାଲି ଯେଉଁଠି ସେଠି ବିଜ୍ଞାପନ ଲଗାଯାଉଛି । ଗଳି କନ୍ଦି, କାନ୍ଥବାଡ କିମ୍ବା ବିଦ୍ୟୁତ୍ ଖୁଂଟରେ ସବୁଆଡ଼େ ଖାଲି ବିଜ୍ଞାପନ ପୋଷ୍ଟର । ଆଉ ସେଥିରୁ ଅଧିକାଂଶ ଫେକ୍ ଥିବାରୁ ଲୋକମାନେ ଠକେଇର ଶିକାର ହେଇଛି । ଲକ୍ଷ ଲକ୍ଷ ଟଙ୍କା ହାତରୁ ଯାଇଛି । ମୁଣ୍ଡ ବାଟେଇ ଦେଲେ ବି ସେ ଟଙ୍କା ଆଉ ଫେରି ପାଉନାହାନ୍ତି ।ପଟ୍ଟାମୁଣ୍ଡାଇ ସହରରେ ବେସରକାରୀ ବିଜ୍ଞାପନ ପୋଷ୍ଟର୍‌କୁ ଦେଖିଲେ ଲାଗୁଛି ପୌରପାଳିକା ମାସିକ ଟିକସ ଆକାରରେ ରାଜସ୍ୱ ଆଦାୟ କରୁଛନ୍ତି । ମାତ୍ର ସେପରି କିଛି ଅର୍ଥ ଆଦାୟ କରାଯାଉନଥିବା ଖୋଦ ପୌର ଅଧିକାରୀ ସୁଚନା ଦେଇଛନ୍ତି ।
ବୁୁଦ୍ଧିଜିବୀ ପ୍ରବୀର ନାୟକ କୁହନ୍ତି ସହରରେ ଥିବା ଦୋକାନୀମାନେ ନିଜ ଦୋକାନ ସମୁଖରେ ବୋର୍ଡ ଲଗାଇଥିବା ବେଳେ ଦୋକାନ ଆଗରେ ବଡବଡ ଷ୍ଟାଣ୍ଡହୋଡିଙ୍ଗ କରି ସର୍ବସାଧାରଣ ରାସ୍ତାକୁ ମଡାଇ ରଖୁଥିବାରୁ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଉଛି । ବିଭିନ୍ନ ଛକଜାଗାରେ ବିଜ୍ଞାପନପାଇଁ ବଡବଡ ହୋଡିଙ୍ଗ ଲଗାଯାଇଥିବାରୁ ଅପର ପକ୍ଷରୁ ଆସୁଥିବା ଯାନବାହାନ ଦେଖା ନଯିବାରୁ ଦୁର୍ଘଟଣା ଘଟୁଛି । ବେସରକାରୀ ସସ୍ଥାମାନେ ସାରକାରୀ କାନ୍ଥ, ବିଦ୍ୟୁତ୍ ଖୁଂଟ ଓ ଗଛ ଆଦିରେ ପୋଷ୍ଟର, ବ୍ୟାନର, ହୋଡିଂ ମାରି ପରିବେଶକୁ ଅପରିଷ୍କାର କରୁଥିବା ନେଇ ଅଭିଯୋଗ ହେଉଛି ।
ପୁଜାରାଣୀ ପାତ୍ର କୁହନ୍ତି ଆଇନାନୁଯାୟୀ ମଦ, ଗୁଟ୍‌ଖା, ତମାଖୁ ଆଦିର ବିଜ୍ଞାପନ ହୋଡିଂ ପୋଷ୍ଟର ନିଷିଦ୍ଧ ରହିଛି । ଏହି ସାମଗ୍ରିର ବିଜ୍ଞାପନ ଦେଇପାରିବେ ନାହିଁ ବୋଲି ଆଇନ୍‌ଗତ ବ୍ୟବସ୍ଥା ଥିବାବେଳେ ପଟ୍ଟାମୁଣ୍ଡାଇ ଅଂଚଳରେ ଏହି ନିଶାଦ୍ରବ୍ୟର ମାଳ ମାଳ ବିଜ୍ଞାପନ ହୋର୍ଡିଂ ଦେଖିବାକୁ ମିଳୁଛି । ମାତ୍ର ପଟ୍ଟାମୁଣ୍ଡାଇ ପୌରପାଳିକା ଏଯାବତ୍ ଗୋଟିଏ ହେଲେ ହୋର୍ଡିଂ କିମ୍ବା ବିଜ୍ଞାପନ ଉପରେ ଅଙ୍କୁଶ ଲଗାଇ ନାହିଁ ବୋଲି ନିଶା ନିବାରଣ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂସ୍ଥା ଖୋଲା ଅଭିଯୋଗ କରୁଛନ୍ତି । ଏମିତିକି ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ଜାତ ସାମଗ୍ରୀ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟର ବ୍ୟବହାର ଓ ବିପ୍ପଣନ କରାଯାଇ ପାରିବନାହିଁ ବୋଲି କୋଟ୍‌ପା ଆଇନ୍‌ରେ କଡା ବ୍ୟବସ୍ଥା ଥିବାବେଳେ ତାହାର ବି ଖୋଲା ଉଲ୍ଲଙ୍ଘନ କରାଯାଉଛି ବୋଲି ଅଭିଯୋଗ ହେଉଛି ।


Discover more from

Subscribe now to keep reading and get access to the full archive.

Continue reading