ବିଶ୍ୱ ଜଙ୍ଗଲ ଦିବସ ପାଳିତ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ଉପ୍ରା ବିଦ୍ୟାଳୟରେ ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରମୋଦ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ନିରାକାର ସେଠୀ, ସିଆରସିସି ଏମ ଡି ମସିଉଲ୍ଲା, ପୂର୍ବତନ ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ସତ୍ୟବ୍ରତ ରାଉତ ଓ ସହକାରୀ ଶିକ୍ଷକ କବି ଅନ୍ତର୍ଯ୍ୟାମୀ ବେଜ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ରଶ୍ମିରେଖା ମହାରଣା ଧନ୍ୟବାଦ ଦେଇଥିଲେ ।


Next Post

ଇଟାଭାଟି ଧୂଆଁରେ ବଢ଼ୁଛି ପ୍ରଦୂଷଣ, ବ୍ୟାପୁଛି ରୋଗ, ତାତି ବଢ଼ାଉଛି ଇଟାଭାଟି ନିଆଁ , ଧୁଆଁ ପ୍ରଭାବରେ ଲୋକେ ଅଣନିଃଶ୍ୱାସୀ

Sat Mar 23 , 2024
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି । ଅଜି ଶନିବାର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ମାତ୍ର ବେଆଇନ ନାଲି ଇଟାଭାଟିର ନିଆଁଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ହୋଇ ତାତି ବେଶି ବଢ଼ିବାରେ ଲାଗିଛି ବୋଲି […]

KANIKA