ଭୁବନେଶ୍ୱର, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ବିଜନେସ ଏମିନେନ୍ସ ଆୱାର୍ଡ ୨୦୨୪’ ଶନିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ‘ବିଜନେସ ଏମିନେନ୍ସ ଆୱାର୍ଡ’ର ଏହି ଚତୁର୍ଥ ସଂସ୍କରଣରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଆଲୋକାତ କରିଥିଲେ । କାର୍ଯ୍ୟକ୍ରମରେ ଇଲୋକେଟ୍ରାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଟେକ୍ନୋଲୋଜି ଏବେ ସବୁଠି ରହିଛି । ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ, ସିଙ୍ଗାପୁର ଭଳି ଦେଶଗୁଡ଼ିକ ଶୀଘ୍ର ଟେକ୍ନୋଲୋଜିକୁ ଆପଣେଇ ପାରୁଛନ୍ତି । କିନ୍ତୁ ଚାଇନା ଏବଂ ଭାରତ ଭଳି ଦେଶ ପ୍ରତି ମୁହୂର୍ତ୍ତରେ ଜନସଂଖ୍ୟା ଭଳି ସମସ୍ୟା ପାଇଁ ଶୀଘ୍ର ପହଞ୍ଚତ୍ପାରୁ ନାହାନ୍ତି । ବ୍ୟବସାୟ କ୍ଷେତ୍ରରେ ସରକାର କାନଭାସ ହେଲେ ପ୍ରାଇଭେଟ ସେକ୍ଟରଗୁଡ଼ିକ ପେଣ୍ଟିଂ କରିବାକୁ ପଡ଼ିବ । ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି ତିନୋଟି ଦିଗପ୍ରତି ସରକାର ପ୍ରାଧାନ୍ୟ ଦେଇପାରିବେ । କିନ୍ତୁ ବାକି କ୍ଷେତ୍ରଗୁଡ଼ିକୁ ଘରୋଇ ଅନୁଷ୍ଠାନ ଦେଖିବାକୁ ପଡ଼ିବ ବୋଲି ମନୋଜ ମିଶ୍ର କହିଥିଲେ । ଏଥିସହ ସେ ଗୁଗୁଲ ଏବଂ ଚାଟ୍? ଜିପିଟି ଭିତରେ ଥିବା ପାର୍ଥକ୍ୟ ଦର୍ଶାଇଥିଲେ । ଉଦ୍ୟୋଗପତି ସଲିଲ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜର ବ୍ୟବସାୟିକ ଅନୁଭୂତି କହିବା ସହିତ ସଫଳ ଉଦ୍ୟୋଗପତ କିପରି ହୋଇପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ସେ କହିଥିଲେ, କୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ହୋମ୍ୱର୍କ ପ୍ରଥମେ କରିବା ଆବଶ୍ୟକ । ଉପରଠାଉରିଆ କଥା ଉପରେ ବିଶ୍ୱାସ କର ନାହିଁ । ଯାହା ଉପରେ କାମ କରିବାକୁ ତୁମେ ଚାହୁଁଛ ତା’ ଉପରେ ଭଲରେ ଜ୍ଞାନ ଆହରଣ କର । ତୁମ ଷ୍ଟାର୍ଟଅପରେ ତୁମେ ଲିଡର । ତେଣୁ ତୁମ ଷ୍ଟାର୍ଟଅପ ଉପରେ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ । ଷ୍ଟାର୍ଟଅପ ପ୍ରକ୍ରିୟାରେ ଆମକୁ ଅନେକ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼? । ତେଣୁ ଧୈର୍ଯ୍ୟ ଓ ଆଶା ନ ହରାଇବା ଉଚିତ । କାରଣ ତାହା ହେଉଛି ତୁମ ପରୀକ୍ଷାର ସମୟ । ସେ ଆହୁରି ମଧ୍ୟ କହିଥିଲେ, ବ୍ୟବସାୟରେ ସ୍ୱଚ୍ଛତା ଗୁରୁତ୍ୱ ବହନ କରେ । ସମସ୍ତଙ୍କର ବିଶ୍ୱାସଭାଜନ ହେବା ଆବଶ୍ୟକ । ଯଦି ତୁମ ଚିନ୍ତାଧାରା ଠିକ ଥିବ, ସମସ୍ତେ ତୁମକୁ ପସନ୍ଦ କରିବେ । ନିରନ୍ତରତା ହେଉଛି ସର୍ବୋଚ୍ଚ ପ୍ରାଥମିକତା । ଏହାକୁ ବଜାୟ ରଖିଲେ ତୁମେ ସଫଳତା ପାଇପାରିବ ବୋଲି ସଲିଲ ପାଣିଗ୍ରାହୀ କହିଥିଲେ । ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଥିଲେ, ଟେକ୍ନୋଲୋଜିର ଯେତେ ଅଭିବୃଦ୍ଧି ହେଲେ ବି ଯାହାର ଆବଶ୍ୟକତା ଯେମିତି ରହିଛି ତାହା ସେମିତି ରହିବ । ମଣିଷର କ୍ଷମତା ରହିଛି ସବୁ ଟେକ୍ନୋଲୋଜିକୁ ସାମ୍ନା କରିପାରିବ । ଆମେ ଭାବୁଛୁ ଆମର ବୟସ ହୋଇଗଲାଣି, ଆମେ ଟେକ୍ନୋଲୋଜି ବ୍ୟବହାର କରିପାରିବା ନାହିଁ । ମାତ୍ର ଟେକ୍ନୋଲୋଜି ସବୁ ବର୍ଗ ପାଇଁ ଉଦ୍ଦିଷ୍ଟ ବୋଲି ତଥାଗତ କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ଜଣ ଉଦ୍ୟୋଗୀଙ୍କୁ ‘ବିଜନେସ ଏମିନେନ୍ସ ଆୱାର୍ଡ ୨୦୨୪’ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶୋଭନା ମିଶ୍ର ସଂଯୋଜନା କରିଥିଲେ ।
kanikanews.in
Next Post
କାଠିଆଡାରେ ୩୬ ତମ ବିଶ୍ୱଶାନ୍ତି ମହାଯଜ୍ଞ
Sun Mar 24 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ବଡପଡା ପଚାଂୟତ କାଠିଆପଡା ଠାରେ ୩୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି । ଗତ ସୋମବାର ୧୮ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞର ଅଙ୍କୁର ରୋପଣ ୧୯ରେ କଳସଯାତ୍ରା ଯଜ୍ଞଶାଳା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଦୋଳପୂର୍ଣ୍ଣିମା ସୋମବାର ଉଦ୍ଯାପିତ ହେବ । ପଣ୍ଡିତ ପ୍ରଶାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ୯ ଜଣ ପଣ୍ଡିତ ଅନୁଷ୍ଠିତ ମହାଯଜ୍ଞରେ ପ୍ରତ୍ୟେହ ସୂର୍ଯ୍ୟ ପୂଜା, ଗୀତାପାଠ, ଚଣ୍ଡିପାଠ, […]

You May Like
- 1 year ago
ନକଲି ଡାକ୍ତର ଗିରଫ
- 2 years ago
ଏସ ଏସ ଜି ଋଣ ପ୍ରଦାନ ମେଳା