ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଟେଲେ ସର୍ଚ ପରୀକ୍ଷା (କେ.ଟି.ଏସ୍‌)-୨୦୨୪ ଅନୁଷ୍ଠିତ



କେନ୍ଦ୍ରାପଡା ୨୪/୩: ଆଜି ତା. ୨୪.୦୩.୨୦୨୪ (ରବିବାର) କେନ୍ଦ୍ରାପଡ଼ାର ଅଗ୍ରଣୀ ଅନୁଷ୍ଠାନ ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଟେଲେଣ୍ଟ ସର୍ଚ ପରୀକ୍ଷା (କେ.ଟି.ଏସ୍‌)-୨୦୨୪, କେନ୍ଦ୍ରାପଡ଼ା ଗୋପସ୍ଥିତ ଜାଭିୟର ହାଇସ୍କୁଲରେ ସକାଳ ୯ଘଟିକାରେ ଅନୁଷ୍ଠିତ ହୋଇଥିଲା । ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ବିଭିନ୍ନ ସମୟରେ ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷା ପ୍ରଚାର ପ୍ରସାର ନିମନ୍ତେ ସଦା ସର୍ବଦା ଚେଷ୍ଟିତ । ଏହି ଟ୍ରଷ୍ଟ ତରଫରୁ ବିଗତ ଦିନରେ ଶିକ୍ଷା ସଚେତନତା, ଶିକ୍ଷକ ପୁରସ୍କାର, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ କ୍ୟାରିୟର କାଉନସେଲିଂମାନ କାର୍ଯ୍ୟକ୍ରମ କରିଆସୁଅଛି । ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁୁ ଆବେଦନ କରିଥିବା ମୋଟ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କେନ୍ଦ୍ରାପଡ଼ା ଟେଲେଣ୍ଟ ସର୍ଚ ପରୀକ୍ଷା (କେ.ଟି.ଏସ୍‌)-୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ୫ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ୫ଟି ବିଷୟ ଯଥା, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ଓ ସାଧାରଣ ଜ୍ଞାନର ମୋଟ ୫୦ନମ୍ବରର ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ଅଧ୍ୟକ୍ଷ, ଜାଭିୟର ହାଇସ୍କୁଲ, କେନ୍ଦ୍ରାପଡ଼ା ସେନଟର୍ ସୁପରିଟେଣ୍ଡେ ଭାବେ ପରିଚାଳାନା କରିଥିଲେ । ଏଥିରେ ସେହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ପରୀକ୍ଷକ ଭାବେ କାର୍ଯ୍ୟ ତୁଲାଇଥିଲେ । ଏହି ପରୀକ୍ଷାରେ ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟର ସଦସ୍ୟ ଶୁଭେନ୍ଦୁ କୁମାର କର, ବୈଲୋଚନ ସାମଲ, ସାହିସ୍ତା ପରୱିନ୍‌, କିଶୋର ଚନ୍ଦ୍ର ଜେନା, ମିର ଅକ୍ତର ଅଲ୍ଲୀ, ଅଚ୍ୟୁତାନନ୍ଦ ସାମଲ, ସେକ୍ ମହମ୍ମଦ ଗୟାସଉଦ୍ଦିନ, ସୟଦ ଜାକିର ଅଲ୍ଲୀ, ରକିବୁର ରହେମାନ, ସେକ୍ ମହମ୍ମଦ ଫୟାଜଉଦ୍ଦିନ, ଦେବେନ୍ଦ୍ର କୁମାର ନାୟକ, ଅନନ୍ତ କୁମାର ପରିଡ଼ା, ମହମମ୍ମଦ ଅସଗର ଅଲ୍ଲୀ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ଏହି ପରୀକ୍ଷାକୁ ନିରପେକ୍ଷ ଭାବେ ସମ୍ପାଦନା କରିଥିଲେ । ସର୍ବଶେଷରେ ଟ୍ରଷ୍ଟର ଅଧ୍ୟକ୍ଷା ରଜିଆ ସୁଲତାନା ଓ ଟ୍ରଷ୍ଟି ସ୍ୱାଲେହା ସୁଲତାନା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ସଦସ୍ୟବୃନ୍ଦ, ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହି କାର୍ଯ୍ୟକ୍ରମକୁ ଆଗାମୀ ଆହୁରି ସୁଦୃଢ଼ କରିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ଶିକ୍ଷାର ମାନଦଣ୍ଡକୁ ମଜ୍‌ବୁତ କରାଯିବା ପାଇଁ ମିଳିମିଶି ସମସ୍ତେ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ । ଏହି ପରୀକ୍ଷାରେ ପ୍ରତ୍ୟେକ ଶ୍ରେଣୀରୁ ୫ଜଣଙ୍କୁ ପୁରସ୍କୃତ କରାଯିବ । ଏହି ପୁରସ୍କାର ବିତରଣୀ ଉତ୍ସବ ତା. ୧୪.୦୪.୨୦୨୪ (ରିଖ) ରବିବାର ଦିନ ଅନୁଷ୍ଠିତ ହେବ ।


Discover more from

Subscribe now to keep reading and get access to the full archive.

Continue reading