କେନ୍ଦ୍ରାପଡା ଆମ୍ ଆଦମି ପାର୍ଟିର ସାମ୍ବାଦିକ ସମ୍ମିଳନୀ : ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି



କେନ୍ଦ୍ରାପଡ଼ା, ୨୪/୩: କେନ୍ଦ୍ରାପଡା ଆମ୍ ଆଦମି ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ପାର୍ଟିର ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଭାପତି ଶ୍ରୀ ଦାସ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଆମ୍ ଆଦମି ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି ଶ୍ରୀ କେଜ୍ରିୱାଲଙ୍କୁ ଜେଲ୍ ପଠାଇଥିବା ପ୍ରମାଣିତ ହେଉଚି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି. ଶରଥଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଶ୍ରୀ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମଦଠିକା ପାଇବା ପାଇଁ ୧୦୦କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି । କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ମାତ୍ର ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଅତି ସାଂଘାତିକ କଥା ଜଣାପଡିଛି । ପି. ଶରଥଚନ୍ଦ୍ର ରେଡ୍ଡୀ କେବଳ ଜଣେ ମଦ ବେପାରୀ ନୁହଁନ୍ତି । ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ ଓøଷଧ କମ୍ପାନୀର ମାଲିକ ଅଟନ୍ତି । ତାଙ୍କର ଅନ୍ୟକିଛି କମ୍ପାନୀ ମଧ୍ୟ ଅଚି । ଶ୍ରୀ ରେଡ୍ଡୀଙ୍କୁ ଇଡି ମଦ ଘୋଟାଲାର ମୁଖ୍ୟ ପୁରୋଧା କହି ଗିରଫ କଲା । ତାଙ୍କୁ ଜେରା କଲାବେଳେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଚିହ୍ନି ନାହାଁନ୍ତି ଓ କୌଣସି ଟଙ୍କା ଦେଇ ନାହାଁନ୍ତ ବୋଲି କହିଲେ । ତେଣୁ ଇଡି ତାଙ୍କ ବେଲ୍‌ର ବିରୋଦ କଲା ଏବଂ ଲମ୍ବା ସମୟ ତାଙ୍କୁ ଜେଲ୍‌ରେ ରଖିଲା । ମାତ୍ର ବର୍ତ୍ତମାନ ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଜଣାପଡିଛି ଯେ ଶ୍ରୀ ରେଡ୍ଡୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି । ସେ ଜେଲ୍‌ରେ ଥିବାବେଳେ କିଛି ଚାନ୍ଦା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଶ୍ରୀ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡି ତାଙ୍କ ବେଲ୍‌କୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା । ଜେଲ୍‌ରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ୫୦କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ ଚାପ ପକାଇ, ଡରେଇ, ଧମକାଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ ବରଂ ଶ୍ରୀ କେଜ୍ରିୱାଲଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ବକ୍ତବ୍ୟ ମଧ୍ୟ ଆଦାୟ କରିଛି । ତେଣୁ ଆମ୍ ଆଦମି ପାର୍ଟି ବିଜେପି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ବୋଲି ସଭାପତି ଶ୍ରୀ ଦାସ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ଉପସଭାପତି ଅପୂର୍ବ ରଞ୍ଜନ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ, ପାଟକୁରା ପ୍ରଭାରୀ କୁମୁଦ ରାଉତ, ରୁଦ୍ର ବେହେରା, ସେକ୍ ସାହିଲ, ସେକ୍ ଇସ୍ମାଇଲ, ସତ୍ୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading