ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ଠାରେ ଦୋଳ ପୂର୍ଣ୍ଣମୀ ପାଇଁ ରାଜମେଲଣ


 

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଧନମ୍‌ ।

ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନବିଦ୍ୟତେ ।

ଦୋଳରେ ବା ବିମାନରେ ଦୋଳଗୋବିନ୍ଦଙ୍କୁ, ଚାପରେ ମଧୁସୂଦନ ଶ୍ରୀହରିଙ୍କୁ ଓ ରଥରେ ବାମନ ରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମନୁଷ୍ୟର ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି । ଏହି ବିଶ୍ୱାସ ଲୋକମାନଙ୍କ ମଧ୍ୟରେ ପୁଞ୍ଜିଭୂତ ହୋଇ ରହିଛି ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ରାତି ପାହିଲେ ଫଗୁ ଓ ରଙ୍ଗ ସହିତ ଆନନ୍ଦ ଉଲ୍ଲାସର ପର୍ବ ହୋଲି। । ଫାଲ୍‍ଗୁନ ଶୁକ୍ଳପକ୍ଷ ଦଶମୀରୁ ରାଜ୍ୟରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ। ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସହ ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘରଘର ବୁଲାଯାଉଛି। ଠାକୁର ଘରେ ଘରେ ଭୋଗ ଖାଉଛନ୍ତି। ରାଜ୍ୟରେ ଭକ୍ତି ଓ ଶ୍ରଦ୍ଧାର ସହ ଏହି ପର୍ବ ପାଳନ କରାଯାଉଛି।

ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ସୋମବାର ଦୋଳପୂର୍ଣ୍ଣିମା ପାଳନ ଅବସରରେ ରାଜମେଲଣ ଅନୁଷ୍ଠିତ ହୋଇଛି । ଏହି ରାଜମେଲଣରେ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରୁ ଦୋଳ ବିମାନରେ ଦୋଳଗୋବିନ୍ଦ ଏକତ୍ରିତ ହୋଇଥିଲେ । ବଣିକ ସଂଘ ପକ୍ଷରୁ ଠାକୁରଙ୍କ ବିମାନ ଗୁଡିକୁ ସ୍ୱାଗତ କରାଯିବା ସହିତ ବନ୍ଦାପନା କରି ଆସନ ଦିଆଯାଇଥିଲା । ଏହି ବିମାନ ଗୁଡିକ ମଧ୍ୟରେ ମାଟିଆର ମଦନମୋହନଜୀଉ, ପୋଖରିଆପଡା ହରପାର୍ବତୀ, ମଠସାହିର ଶ୍ରୀ ନୃସିଂହନାଥଜୀଉ, ଅଠରବାଟିଆ ଶ୍ରୀଗୋପିନାଥଜୀଉ, ବଂଧପଡାର ଶ୍ରୀରାଧାକାନ୍ତଜୀଉ, ନୂଆଗାଁ କନକଦୁର୍ଗା, ବେଲତଳ ଗ୍ରାମର କୁଞ୍ଜବିହାରୀ , ରାଧାରମଣ , ଶ୍ରୀ ଗୋପୀନାଥ ଜୀଉ, ଶ୍ରୀ ଅନନ୍ତଶୟନ ଓ ରାଧାକୃଷ୍ଣ ଜୀଉ, ଦକ୍ଷିଣଦିଆ ଗ୍ରାମର ବାଲଗୋପାଳ,କୈଳାସି ଗ୍ରାମର ଲକ୍ଷ୍ମୀ ବରାହ, ଭୋଳିବାବା,ପତିତପାବନ ଜୀଉଙ୍କ ସମେତ ବହୁ ଗ୍ରାମର ଦୋଳ ବିମାନ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ପ୍ରଫୁଲ୍ଲ ଲେଙ୍କା, ପର୍ଶୁରାମ ଷଣ୍ଢ, ମୋହନ ଦାଶ, ଅଚ୍ୟୁତି ଜେନା ସମେତ ସଦସ୍ୟ ମାନେ ଶ୍ରୀଜୀୟୁ ମାନଙ୍କର ପୂଜାର୍ଚ୍ଚନା କରିଥିଲେ । ଅନୁଷ୍ଠିତ ରାହାସରେ ସଂଙ୍କୀର୍ତନ ମଣ୍ଡଳୀ ଯୋଗ ଦେଇ ଠାକୁର ବିମାନ ଗୁଡିକର ପୂଜାର୍ଚ୍ଚନା କରି ରାହସ କରିଥିଲେ । ଏହି ଅବସରରେ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଗ୍ରାମରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  

 


Next Post

 ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିବା “ରାମ ଉତ୍ସବ” ଜାତୀୟ ସ୍ତରୀୟ ଚିତ୍ର କର୍ମଶାଳାରେ ଏକମାତ୍ର ଓଡିଆ ଯୁବ ଚିତ୍ରଶିଳ୍ପୀ ଭାବେ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ।

Tue Mar 26 , 2024
କେନ୍ଦ୍ରାପଡା ମହିପାଳ ସରକାରୀ ହାଇସ୍କୁଲର ଚିତ୍ରକଳା ଶିକ୍ଷକ ତଥା କ୍ରିଷ୍ଣା ଆର୍ଟ ଆଣ୍ଡ କଲଚର ଏକାଡେମୀର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିବା “ରାମ ଉତ୍ସବ” ଶୀର୍ଷକ ଚିତ୍ର କର୍ମଶାଳାରେ ସମ୍ମାନୀତ କରାଯାଇଅଛି । ଚଳିତ ମାସ ୧୬ ତାରିଖରୁ ୨୨ ତାରିଖ ଟେଣ୍ଟ ସିଟି ଉତ୍ତର ପ୍ରଦେଶ ଠାରେ ସଂସ୍କାର ଭାରତୀ ଓ ଲଳିତକଳା ଏକାଡେମୀ ଉତ୍ତରପ୍ରଦେଶ ମିଳିତ ଉଦ୍ୟମରେ ଦେଶର ପ୍ରତି ରାଜ୍ୟର […]

KANIKA